ମୁମ୍ବାଇ:ବହୁତ କମ୍ ଦିନର ବ୍ୟବଧାନରେ ବଲିଉଡ଼୍ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନ୍ ସଂପ୍ରତି ସଞ୍ଜୟ ଲୀଲା ଭଂସାଲୀଙ୍କ ବିବାଦୀୟ ସିନେମା ‘ପଦ୍ମାବତୀ’ ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ହେଲେ ତାଙ୍କ ସଂପର୍କରେ ଏକଥାଟି କ’ଣ ଆପଣଙ୍କୁ ଜଣା। ତାହା ହେଲା ଯେ ସେ ଥରେ ବାଜି ହାରିଥିଲେ।
ସୈଫ୍ ଅଲ୍ଲୀ ଖାନ୍ ଏବଂ ଦୀପିକା ପାଦୁକୋନ୍ଙ୍କର୍ ଫିଲ୍ମ‘କକଟେଲ୍’ ସୁପରହିଟ୍ ହୋଇଥିଲା।ଏହି ଫିଲ୍ମର ଏକ ଗୀତ ଦେଶୀ ଦାରୁ….ମଧ୍ୟ ବେଶ୍ ଲୋକପ୍ରିୟ ହୋଇଥିଲା।
‘କକଟେଲ୍’ର ସୁଟିଂ ସେଟ୍ରେ ଯେତେବେଳେ ଦେଶୀ ଦାରୁ….ଗୀତଟିକୁ ସୁଟ୍ କରାଯିବାକୁ ଆରମ୍ଭ କରାଗଲା,ସେତେବେଳେ ଦୀପିକା ଏଭଳି ଗୀତ ନ ରଖିବା ପାଇଁ ଫିଲ୍ମର ସହ ପ୍ରଯୋଜକ ଦିନେଶ ବିଜନଙ୍କୁ ପରାମର୍ଶ ଦେଇଥିଲେ। ସେ ଜୋର୍ ଦେଇ କହିଥିଲେ ଯେ,ଏହି ଗୀତଟି ଆଦୌି ଚାଲିବନି।ଏଥିନେଇ ଦିନେଶ କିନ୍ତୁ କହିଥିଲେ ଯେ,ଦେଶୀ ଦାରୁ….ଗୀତ ନିଶ୍ଚିତ ଭାବରେ ସୁପର୍ହିଟ୍ ହେବ। ଆଉ ଫିଲ୍ମକୁ ସଫଳତା ଦେବାରେ ସହାୟକ ହେବ।

ତେବେ ଉଭୟଙ୍କ ମଧ୍ୟରେ ଏହି ଗୀତଟିକୁ ନେଇ ଜୋର୍ଦାର୍ ବାକ୍ବିତଣ୍ଡା ବି ହୋଇଥିଲା। ଶେଷରେ ବାଜି ରହିଲାଯେ,ଦିନେଶ ବା ଦୀପିକାଙ୍କ ମଧ୍ୟରୁ ଯାହାଙ୍କ କଥା ମିଥ୍ୟା ବୋଲି ପ୍ରମାଣିତ ହେବ,ସେ ଅନ୍ୟଜଣଙ୍କୁ ଦଶଲକ୍ଷ ଟଙ୍କା ଦେବ। ଏ ଦେଶୀ ଦାରୁ… ଗୀତଟି ହିଟ୍ ହେବାପରେ ଦୀପିକା ଦଶଲକ୍ଷ ଟଙ୍କାର ବାଜି ହାରିଥିଲେ। ଏବେ ସହ-ପ୍ରଯୋଜକ ଦିନେଶ ବିଜନ୍ ଫୋନ୍ ଯୋଗେ ଦୀପିକାଙ୍କୁ ତାହାଙ୍କର ବାକେୟା ଦଶ ଲକ୍ଷ ଟଙ୍କା ମାଗିଥିଲେ। ଯେଉଁଥିପାଇଁ ଦୀପିକାଙ୍କୁ ଦିନେଶ୍ଙ୍କୁ ଏହି ଟଙ୍କାକୁ ମଧ୍ୟ ଦେବାକୁ ପଡ଼ିଲା। ଏହାପରେ ଦୀପିକା କେବେ ଏଭଳି ବାଜି ଲଗାଇଥିବାର ଶୁଣିବାକୁ ମିଳି ନାହିଁ। ଖାଲି ସେତିକି ନୁହେଁ ଦୀପିକା ପାଦୁକୋନ୍ ‘କକଟେଲ’ପରେ ଆଉ ଦିନେଶଙ୍କ କୌଣସି ସିନେମାରେ ବି କାମ କରି ନାହାନ୍ତି।