ପ୍ରେମିକ ରଣବୀର ସିଂହଙ୍କ ସହିତ ପ୍ରେମସଂପର୍କ ପ୍ରସଙ୍ଗରେ ନୀରବତା ଭଙ୍ଗ କଲେ ଦୀପିକା

ମୁମ୍ବାଇ: ବଲିଉଡ଼୍‍ର କ୍ୟୁଟ୍‌ କପୁଲ୍‌ଙ୍କ ବିଷୟରେ ଯଦି କୁହାଯାଏ ତ,ଏଥିରେ ସର୍ବପ୍ରଥମେ ଦର୍ଶକଙ୍କ ମନକୁ ଅଭିନେତା ରଣବୀର୍‌ ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ପ୍ରେମସଂପର୍କ ଆଖି ସାମ୍ନାକୁ ଆସେ!ତେବେ ଏହି ଯୋଡ଼ିଙ୍କ ସଂପର୍କ କାହାରିକୁ ଅଛପା ନଥିଲାବେଳେ,ଏମାନଙ୍କ ବିବାହକୁ ନେଇ ପ୍ରଶଂସକ ମନରେ ଭରି ରହିଛି ବେଶ୍‌ ଉତ୍କଣ୍ଠା।ହେଲେ ଏନେଇ ଏହି ଯୋଡ଼ି କେବେ ବି ସେମାନଙ୍କର ମୁହଁକୁ ଖୋଲିନାହାନ୍ତି। ହେଲେ ଏବେ ଦୀପିକା ତାଙ୍କ ଓ ପ୍ରେମିକ ରଣବୀର୍‌ ସିଂହଙ୍କ ରହଥିିବା ପ୍ରେମସଂପର୍କକୁ ନେଇ ନିଜର ନୀରବତା ଭଙ୍ଗ କରିଛନ୍ତି ଓ ରଣବୀରଙ୍କ ସହିତ ତାଙ୍କର ରିଲେସନ୍‌ସିପ୍‌ ରହିଥିବା ପ୍ରଶଂସକୁ ଜଣାଇଛନ୍ତି।

ମିଳିଥିବା ଖବର ଅନୁଯାୟୀ ଏହି ନିକଟରେ ଫିଲ୍ମଫେୟାର୍‌ ମାଗାଜିନ୍‌ ଲାଗି ଅଭିନେତ୍ରୀ ଦୀପିକା ତାଙ୍କର ଏକ ସାକ୍ଷାତକାର ଜରିଆରେ କହିଥିଲେ କି ,ଯେଉଁପର୍ଯ୍ୟନ୍ତ ସେ ଆଉ ଅଭିନେତା ରଣବୀର୍‌ ସିଂହ ଏକାସଂଗରେ ରିଲେସନ୍‌ସିପ୍‌ରେ ରହିଛନ୍ତି,ସେହି ପର୍ଯ୍ୟନ୍ତ ତାଙ୍କର ଅନ୍ୟ କୌଣସି ସାମଗ୍ରୀର ଆଦୌ ଆବଶ୍ୟକତା ନାହିଁ।ଏଥିସହିତ ଉଭୟ ପରସ୍ପର ସହିତ କଂଫର୍ଟେବୁଲ୍‌ ଥିବା କଥାକୁ ମଧ୍ୟ ସ୍ୱୀକାର କରିଛନ୍ତି।ତେବେ ଅଭିନେତ୍ରୀ ଦୀପିକା ତାଙ୍କ ରଣବୀର୍‌ଙ୍କର ବିବାହର ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ତାଙ୍କର ଫ୍ୟାନ୍‌ସ ଦୀପିକା-ରଣବୀର୍‌ଙ୍କ ବିବାହକୁ ନେଇ ବେଶ୍‌ ଉତ୍ସାହିତ ରହିଥିବାବେଳେ, ସେ ମଧ୍ୟ ପ୍ରେମିକ ରଣବୀର୍‌ଙ୍କୁ ବିବାହ କରି ଘରସଂସାର କରିବାକୁ ଚାହୁଁଛନ୍ତି।

photo-bollywoodlife.com

ହେଲେ ଏହି ସମୟଟି କେବେ ଆସିବ ଏନେଇ ତାଙ୍କର କୌଣସି ଅଭିଜ୍ଞତା ରହିନଥିବା ସେ କହିଛନ୍ତି,ଯେଉଁ କାରଣକୁ ନେଇ ଏବେ ସେ କୌଣସି ପ୍ରକାରର ତରବରିଆ ପଦକ୍ଷେପ ନେବାକୁ ଚାହାଁନ୍ତି ନାହିଁ। ଏଥିସହିତ ସେ ସବୁ ପ୍ରକାରର ସଂପର୍କକୁ ବିଶ୍ୱାସ କରନ୍ତି ତେଣିକି ସେ ବିବାହ ହେଉ କି ପ୍ରେମ ସଂପର୍କ ହେଉ ବୋଲି ଦର୍ଶକଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଏତଦ୍‌ବ୍ୟତୀତ ଯେତେବେଳେ ଦୀପିକା ଛୋଟ ପିଲା ଥିଲେ ସେତେବେଳୁ ହିଁ ତାଙ୍କର ଜଣେ ସୁ-ଗୃହିଣୀ ହେବାର ସ୍ୱପ୍ନ ରହିଥିଲା ବୋଲି ଜଣାଇଛନ୍ତି।

ସମ୍ବନ୍ଧିତ ଖବର