‘ଦମନ’, ‘ପ୍ରତୀକ୍ଷା’, ‘ରଙ୍ଗଶୁର’, ‘କୁହୁଡ଼ି’ ଓ ‘ଶାନ୍ତି ଆପାର୍ଟମେଣ୍ଟ୍’ ଭଳି ସିନେମାରେ ପ୍ରଭାବଶାଳୀ ଅଭିନୟ କରିଥିବା ଅଭିନେତା ଦୀପନ୍ବିତ ଦାସମହାପାତ୍ରଙ୍କୁ ପୁଣି ମିଳିଛି ଏକ ଦମ୍ଦାର୍ ଭୂମିକା। ତାଙ୍କ ଅଭିନୀତ କେତୋଟି ଓଡ଼ିଆ ଛବି ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ଏଥିମଧ୍ୟରୁ ଗୋଟିଏ ହେଲା ଡକ୍ଟର କମଳଲୋଚନ ସାହୁଙ୍କ ପ୍ରଯୋଜିତ ତଥା କେଶବ ମଲ୍ଲିକଙ୍କ ନିର୍ଦ୍ଦେଶିତ ‘ସାର୍’। ଏଥିରେ ତାଙ୍କୁ ଜଣେ ତଦନ୍ତକାରୀ ଅଧିକାରୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଆଉ ସିନେମାରେ ତାଙ୍କ ଅଭିନୀତ ଚରିତ୍ର ନାଆଁ ରହିଛି ମୁରଲୀମୋହନ ନାୟକ) ଓରଫ୍ ଏମ୍ ଏମ୍ ।
କାହାଣୀ ଅନୁଯାୟୀ ନାୟକ (ଅଭିଷେକ ରଥ) ରାଜସ୍ୱ ବିଭାଗର ଜଣେ ପଦସ୍ଥ ଅଧିକାରୀ। ଘଟଣାକ୍ରମେ ସେ ୧୦ କୋଟି ଟଙ୍କାର ଏକ ଜମି ଜାଲିଆତି ମାମଲାରେ ଫସି ଯାଆନ୍ତି। ସେ ନିର୍ଦ୍ଦୋଷ, ହେଲେ ତାଙ୍କ କଥା ଶୁଣିବାକୁ କେହି କେହି ପ୍ରସ୍ତୁତ ହୁଅନ୍ତିନାହିଁ। ଏହି ମାମଲାର ତଦନ୍ତ ଦାୟିତ୍ୱ ମିଳେ ଦୀପନ୍ବିତ ଦାସମହାପାତ୍ରଙ୍କୁ। ସେ ଘଟଣାର ଉପଯୁକ୍ତ ତଦନ୍ତକରି ନାୟକଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରନ୍ତି ନା ଏଥିରେ ଅନ୍ୟ କାହାରି ହସ୍ତକ୍ଷେପ ଆବଶ୍ୟକ ପଡ଼େ ତାହା ଦେଖିବାକୁ ମିଳିବ ‘ସାର୍’ର କ୍ଲାଇମାକ୍ସରେ। ଉଭୟ ଅଭିଷେକ ଓ ଦୀପନ୍ବିତ ଶୀର୍ଷକ ଚରିତ୍ର ଅବନୀ ସାର୍ଙ୍କ ଛାତ୍ର ବୋଲି ଜଣାଯିବା ପରେ କାହାଣୀ ରୋମାଞ୍ଚକର ମୋଡ଼ ନିଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/13/sfsscxxcxc-2025-07-13-02-14-54.jpg)