ଏହି ଭୁଲ ପାଇଁ ପୁଣି ବିବାହ କରିବେ ଦୀପ୍‌-ବୀର!

ମୁମ୍ବାଇ : ବଲିଉଡ୍‌ ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ଇଟାଲୀର ଲେକ୍‌ କୋମୋରେ ବିବାହ କରିଥିବା ବେଳେ ଦୁହେଁ ଭାରତ ଫେରି ବିବାହ ଭୋଜି ମଧ୍ୟ ଦେଇ ସାରିଛନ୍ତି । ଏବେ ବିବାହର ସବୁ କାମ ସରିଥିବା ବେଳେ ଦୁହେଁ ପୁଣି ବିବାହ କରିବେ ବୋଲି ଜଣାପଡ଼ିଛି, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନା ମୁତାବକ, ନଭେମ୍ବର ୧୪-୧୫ରେ ଦୁହେଁ ଇଟାଲୀର ଲେକ୍‌ କୋମୋରେ ବିବାହ କରିଥିବା ବେଳେ ଏହାର ସୂଚନା ସେଠାକାର ଭାରତୀୟ ଦୂତାବାସକୁ ଦେଇ ନ ଥିଲେ । ଏବେ ବିବାହ ପଞ୍ଜିକରଣ କରିବା ପାଇଁ ଦୀପ୍‌-ବୀରଙ୍କୁ ମୁମ୍ବାଇରେ ସାଙ୍କେତିକ ବିବାହ କରିବାକୁ ହେବ ବୋଲି ଜଣାପଡ଼ିଛି । ଏହା ପରେ ଯାଇ ଦୁହିଁଙ୍କର ବିବାହ ପଞ୍ଜିକରଣ ହୋଇ ପାରିବ । ଯଦି ଦୁହେଁ ଏପରି ନ କରିବେ ତେବେ ଦୁହିଁଙ୍କର ବିବାହ ପ୍ରମାଣପତ୍ର ତିଆରି କରାଯାଇ ପାରିବ ନାହିଁ ବୋଲି ସୂଚନା ମିଳିଛି ।

India TV

ବିଦେଶୀ ବିବାହ ଅଧିନିୟମ,୧୯୬୯ ଅନୁଯାୟୀ, ଯଦି କୌଣସି ଭାରତୀୟ ବିଦେଶରେ ଯାଇ ବିବାହ କରୁଛି, ତେବେ ସେମାନଙ୍କୁ ସେଠାରେ ଥିବା ଭାରତୀୟ ଦୂତାବାସକୁ ଏ ନେଇ ସୂଚନା ଦେବାକୁ ହେବ । ଏପରି ନ କଲେ ବିବାହ ପଞ୍ଜିକରଣରେ ଅସୁବିଧା ଦେଖାଯାଇଥାଏ । ଯାହା ଏବେ ଦୀପ୍‌-ବୀରଙ୍କ ପାଖରେ ଦେଖାଯାଇଛି । ପଞ୍ଜିକରଣ ପାଇଁ ଦୁହିଁଙ୍କୁ ସାଙ୍କେତିକ ଭାବେ ବିବାହ କରିବାକୁ ହେବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର