ଟୁଇଟ୍‌ରରେ ରଣବୀରଙ୍କୁ ଟ୍ୟାଗ୍‌ କରି ଦୀପିକାଙ୍କ ଏକ ରାଜ୍‌ ଖୋଲିଲେ ଅଭିନେତ୍ରୀ ରବିନା ଟଣ୍ଡନ୍‌

ମୁମ୍ବାଇ : ଗତ ନଭେମ୍ବର ୧୪-୧୫ରେ ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ବଲିଉଡ୍‌ର ବାଜିରାଓ-ମସ୍ତାନି । ବିବାହ ସମୟରେ ଦୁହିଁଙ୍କ ଫଟୋକୁ ସେୟାର କରାଯାଇ ନ ଥିବା ବେଳେ ବିବାହ ପରେ ପରେ ଦୁହେଁ ପରସ୍ପରର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଯାହା ପରେ ସେମାନଙ୍କ ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବିବାହ ପରେ ଅନେକ ବଲିଉଡ୍‌ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଅଭିନେତ୍ରୀ ରବିନା ଟଣ୍ଡନ ମଧ୍ୟ ଏକ ଭିନ୍ନ ଅନ୍ଦାଜରେ ଦୁହିଁଙ୍କୁ ବିବାହର ଶୁଭେଚ୍ଛା ଜଣାଇଥିବା ଦେଖାଯାଇଛି ।

ଟୁଇଟ୍‌ କରି ସେ ଦୁହିଁଙ୍କ ପାଇଁ ଖୁସିଥିବା ଲେଖିବା ସହ ଦୀପିକା ତାଙ୍କୁ ରଣବୀରଙ୍କୁ ନେଇ କହିଥିବା ଏକ କଥା ବିଷୟରେ ଲେଖିଥିଲେ । ରଣବୀରଙ୍କୁ ଟ୍ୟାଗ୍‌ କରି “କିଛି ବର୍ଷ ତଳେ ମୁଁ ଏବଂ ଦୀପିକା ସମାନ ବିମାନରେ ଯାତ୍ରା କରୁଥିଲୁ । ସେ ସମୟରେ ସେ ମୋତେ କହିଥିଲେ ରଣବୀର ମୋତେ ଏଭଳି ଅନୁଭବ କରାନ୍ତି, ଯେମିତି କି ମୁଁ ଘରେ ଅଛି । ମୁଁ କେବେ ହେଲେ ଦୀପିକାଙ୍କ ସେ କଥା ଭୁଲି ପାରିବି ନାହିଁ । ବିବାହ ସମୟର ଫଟୋ ଦେଖି ସେ କହିଥିବା କଥା ସତ ବୋଲି ପ୍ରମାଣ ମଧ୍ୟ ହୋଇଛି । ଭଗବାନ ତୁମ ଦୁହିଁଙ୍କୁ ଆର୍ଶୀବାଦ କରନ୍ତୁ” ବୋଲି ଲେଖି ଟ୍ଵିଟ୍‌ କରିଥିଲେ ।

ସମ୍ବନ୍ଧିତ ଖବର