ମୁମ୍ବାଇ : ନଭେମ୍ବର ୧୪-୧୫ରେ ଆନୁଷ୍ଠାନିକ ଭାବରେ ବିବାହ କରିଥିଲେ ବଲିଉଡ୍ର ବାଜିରାଓ-ମସ୍ତାନୀ । ଇଟାଲୀର ଲେକ୍ କୋମୋରେ ଦୁଇ ଜଣ ବିବାହ କରିଥିବା ବେଳେ ବେଙ୍ଗାଲୁରୁ ଏବଂ ମୁମ୍ବାଇରେ ବିବାହର ଭୋଜି ରଖିଥିଲେ । ଏବେ ବିବାହ ପରେ ଉଭୟ ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ନିଜ ନିଜ କାମରେ ବ୍ୟସ୍ତ ଥିବା ବେଳେ ରଣବୀର ଏବେ ନିଜ ଆଗାମୀ ଫିଲ୍ମ ‘ସିମ୍ବା’ର ପ୍ରମୋସନରେ ବ୍ୟସ୍ତ ଥିବା ଜଣା ପଡ଼ିଛି। ବିଭିନ୍ନ ରିୟାଲିଟି ସୋ’କୁ ଯାଇ ଫିଲ୍ମର କଳାକାର ଏବଂ ନିର୍ଦ୍ଦେଶକ ପ୍ରମୋସନ କରୁଥିବା ଦେଖାଯାଇଛି । ଏବେ ଫିଲ୍ମର ନିର୍ଦ୍ଦେଶକ ଏବଂ ଅଭିନେତା ରଣବୀର ସିଂହ ‘ଷ୍ଟାର ପ୍ଲସ୍’ରେ ପ୍ରସାରିତ ହେଉଥିବା ସୁନୀଲ ଗ୍ରୋବରଙ୍କ କମେଡି ସୋ’ ‘କନ୍ପୁର ଓ୍ଵାଲେ ଖୁରାନାଜ୍’ରେ ପହଞ୍ଚିଥିଲେ । ଯେଉଁଠି ରଣବୀରଙ୍କୁ ସୁନୀଲ ‘ଏକ୍ ଚୁଟ୍କି ସିନ୍ଦୂର୍ର ମୂଲ୍ୟ ତୁମ ପାଇଁ କ’ଣ’ ବୋଲି ପଚାରିଥିଲେ । ଯାହାର ଉତ୍ତର ରଣବୀର ଦେବା ପୂର୍ବରୁ ସୁନୀଲ ନିଜ ପ୍ରଶ୍ନର ନିଜେ ଉତ୍ତର ରଖିଥିଲେ ।
#DeepVeer ke wedding pe ho rahi hai charcha at the house of Khurana…#KanpurWaaleKhuranas, Starts 15th Dec, Sat-Sun at 9.30pm only on StarPlus.#CharchaKhaasBematlabBakwaas@RanveerOfficial@WhoSunilGrover@TheFarahKhan@Aparshakti#RohitShetty#Simmbapic.twitter.com/6UA38sokyl
— StarPlus (@StarPlus) December 10, 2018
ସୋ’ରେ ରଣବୀର କିଛି କହିବା ପୂର୍ବରୁ ସୁନୀଲ ନିଜ ପ୍ରଶ୍ନର ଉତ୍ତର ଦେଇ ‘ଏକ୍ ଚୁଟ୍କି ସିନ୍ଦୂର୍ର ମୂଲ୍ୟ ତୁମ ପାଇଁ ୧୫ଟି କାର୍ଯ୍ୟକ୍ରମ ବୋଲି କହିଥିଲେ ।‘ ସୁନୀଲଙ୍କ ଉତ୍ତର ଶୁଣି ରଣବୀର ଏବଂ ନିର୍ଦ୍ଦେଶକ ରୋହିତ୍ ସେଟ୍ଟୀ ହସିଥିବା ବେଳେ ରଣବୀର-ଦୀପିକା ଗୋଟେ ନୁହେଁ ୩ଟି ବିବାହ କରିଛନ୍ତି । ଇଟାଲୀ, ମୁମ୍ବାଇ ଏବଂ ପରେ ବେଙ୍ଗାଲୁରୁରେ କହି ହସିବାକୁ ଲାଗିଥିଲେ ରୋହିତ ସେଟ୍ଟୀ ।