ମାତ୍ର ୬ ମାସ ଭିତରେ ମୁଁ ଜାଣି ସାରିଥିଲି ଦୀପିକା ହିଁ ହେବେ ମୋ ପିଲାର ମା’ହେବେ: ରଣବୀର ସିଂହ

ମୁମ୍ବାଇ : ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ପ୍ରେମୀଯୁଗଳ ଏବେ ସବୁଠାରୁ ଚର୍ଚ୍ଚିତ ଦମ୍ପତି ବନି ସାରିଛନ୍ତି । ନଭେମ୍ବର ୧୪-୧୫ରେ ବିବାହ କରି ସାରିବା ପରେ ସେ ବେଙ୍ଗାଲୁରୁ ଏବଂ ମୁମ୍ବାଇରେ ଦୁଇଟି ବିବାହ ଭୋଜି ରଖାଯାଇଥିଲା । ତେବେ ବିବାହ ପରେ ତୁରନ୍ତ ଦୁହେଁ ହନିମୁନ୍‌ରେ ଯିବେ ନାହିଁ, କାରଣ ରଣବୀର ନିଜ ଫିଲ୍ମ ‘ସିମ୍ବା’କୁ ନେଇ ବ୍ୟସ୍ତ ରହିବେ । ତେବେ ନିଜ ଫିଲ୍ମକୁ ନେଇ ରଣବୀର ସାକ୍ଷାତକାର ଦେଇଥିବା ବେଳେ ତାଙ୍କୁ ଦୀପିକାଙ୍କୁ ନେଇ ଏକ ପ୍ରଶ୍ନ କରାଯାଇଥିଲା ।

NewsroomPost

ଆପଣଙ୍କୁ କେବେ ଲାଗିଲା କି ଆପଣ ଏବଂ ଦୀପିକା ଭବିଷ୍ୟତରେ ବିବାହ କରିବେ ବୋଲି ପଚରାଯିବା ପରେ ସେ କହିଥିଲେ,”ପ୍ରେମ ସଂପର୍କକୁ ଆସିବାର ୬ମାସ ପରେ ମୁଁ ଜାଣି ସାରିଥିଲି ଦୀପିକା ହିଁ ଭବିଷ୍ୟତରେ ମୋ ପତ୍ନୀ ହେବେ । ଏହା ସହ ସେ ହିଁ ମୋ ପିଲାର ମା’ ହେବେ ବୋଲି ମୁଁ ଜାଣି ସାରିଥିଲି । ସେ ଏତେ ଭଲ ଏବଂ ମୋର ଏତେ ଯତ୍ନ ନିଅନ୍ତି, ଯାହାକୁ ମୁଁ ଶବ୍ଦରେ ପ୍ରକାଶ କରି ପାରିବି ନାହିଁ । ସେ କେବଳ ବାହାରୁ ନୁହେଁ ତାଙ୍କ ମନ ମଧ୍ୟ ଅତି ସୁନ୍ଦର । ଯାହା ପାଇଁ ମୁଁ ୬ମାସ ମଧ୍ୟରେ ହିଁ ଅନୁଭବ କରି ନେଇଥିଲି କି ଦୀପିକା ହିଁ ମୋର ଜୀବନସାଥୀ ହେବେ । ମୁଁ ଭଗବାନକୁ ଧନ୍ୟବାଦ ଦେବି କି ସେ ମୋତେ ଦୀପିକାଙ୍କ ଭଳି ହୀରା ଦେଇଛନ୍ତି।”

ସମ୍ବନ୍ଧିତ ଖବର