ଜାଣନ୍ତୁ କାହିଁକି ବାହାଘରରେ ବିଳମ୍ବ କରୁଛନ୍ତି ରଣବୀର-ଦୀପିକା?

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ଅନୁଷ୍କା ଶର୍ମା ଓ ସୋନମ୍‌ କପୁରଙ୍କ ବାହାଘର ପରେ ଏବେ ସିନେପ୍ରେମୀ ଅପେକ୍ଷା କରିଛନ୍ତି ଅନ୍ୟତମ ନାମୀ ନାୟିକା ଦୀପିକା ପାଦୁକୋନ୍‌ଙ୍କର ବାହାଘରକୁ।
ଦୀପିକା ପାଦୁକୋନ୍‌ ଅଭିନେତା ରଣବୀର ସିଂହଙ୍କୁ ବିବାହ କରିବେ ବୋଲି ବେଶ୍‌ କିଛି ମାସ ଧରି ଚର୍ଚ୍ଚା ଚାଲିଛି। ଅବଶ୍ୟ ଏଥିନେଇ କୌଣସି ପ୍ରକାରର ଔପଚାରିକ ଘୋଷଣା କରାଯାଇନାହିଁ। ମିଡ଼ିଆ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ନଭେମ୍ବର ୧୨ ତାରିଖରେ ଇଟାଲିରେ ଏ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ କରିବେ।
କିନ୍ତୁ ଏବେ ଚର୍ଚ୍ଚା ହେଉଛି ଯେ, ରଣବୀର ଓ ଦୀପିକା ସେମାନଙ୍କ ବାହାଘରକୁ ଟାଳି ଦେଇଛନ୍ତି। କୁହାଯାଉଛି ଯେ ୨୦୧୮ରେ ନୁହେଁ,ବରଂ ୨୦୧୯ରେ ଏହି ପ୍ରେମୀଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହେବେ। ଉଭୟେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି।ଏହାର କାରଣ ହେଲା କି ଉଭୟେ ବିବାହର ଯେଉଁ ତାରିଖ ଠିକ୍‌ କରିଛନ୍ତି,ତାହା ଖୁବ୍‌ ସାଧାରଣ। ଏହାକୁ ସହଜରେ ସମସ୍ତେ ଜାଣିପାରିବେ।ଏଣୁ ସେ ଦୁହେଁ ଆର ବର୍ଷ ବାହା ହେବା ଯୋଜନା କରିଛନ୍ତି।


ଇଟାଲିରେ ବିବାହ ଉତ୍ସବ ହେବ। ବିବାହ ପରେ ଭାରତରେ ଦୁଇଟି ରିସେପ୍‌ସନ୍‌ ପାର୍ଟି ଦିଆଯିବ। ଏଥି ମଧ୍ୟରୁ ଗୋଟିଏ ମୁମ୍ବାଇରେ ଓ ଅନ୍ୟଟି ଦୀପିକାଙ୍କ ହୋମ୍‌ ଟାଉନ୍‌ ବେଙ୍ଗାଲୁରୁରେ ଆୟୋଜିତ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର