ନୂଆଦିଲ୍ଲୀ: ଅଭିନେତା ଧର୍ମେନ୍ଦ୍ର ନିଜର ‘ଗରମ ଧରମ ଢ଼ାବା’କୁ ଅସୁବିଧାରେ ପଡ଼ିଯାଇଛନ୍ତି। ଦିଲ୍ଲୀର ପଟିୟାଲା ହାଉସ କୋର୍ଟ ନିକଟରେ ‘ଗରମ ଧରମ ଢ଼ାବା’ ସହିତ ଜଡ଼ିତ ଠକେଇ ମାମଲାରେ ଧର୍ମେନ୍ଦ୍ରଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ସମନ ଜାରି କରିଛନ୍ତି ।
ଜୁଡିସିଆଲ ମାଜିଷ୍ଟ୍ରେଟ ଯଶଦୀପ ଚହଲ ଏହି ସମନ ଜାରି କରିଛନ୍ତି । ଦିଲ୍ଲୀର ବ୍ୟବସାୟୀ ସୁଶୀଲ କୁମାର କୋର୍ଟରେ ଧର୍ମେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ, ‘ଫ୍ରାଞ୍ଚାଇଜରେ ନିବେଶ କରିବାକୁ ମୋତେ ପ୍ରଲୋଭିତ କରାଯାଇଥିଲା। ନିବେଶ କରିବା ପରେ ମୋତେ ଠକି ଦିଆଯାଇଛି ।
Delhi Court issued summons to Bollywood actor Dharmendra and two others in a cheating case related to Garam Dharam Dhaba.
— ANI (@ANI) December 10, 2024
Summon is issued on a complaint filed by a Delhi businessman who alleged cheating by luring him to invest in the franchise of Garam Dharam Dhaba.
୨୦୨୫ ଫେବ୍ରୁଆରି ୨୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଛି । ଡିସେମ୍ବର ୫ ତାରିଖରେ କୋର୍ଟ ଜାରି କରିଥିବା ସମନରେ ଜଜ କହିଛନ୍ତି, ‘ରେକର୍ଡରେ ଥିବା ପ୍ରମାଣ ଦର୍ଶାଉଛି ଯେ ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କୁ ସେମାନଙ୍କର ସାଧାରଣ ଉଦ୍ଦେଶ୍ୟକୁ ଆଗକୁ ବଢ଼ାଇବା ପାଇଁ ପ୍ରେରିତ କରିଛନ୍ତି ।