ନୂଆଦିଲ୍ଲୀ: ଅଲ୍ଲୀ ଅବ୍ଦାସ ଜଫରଙ୍କ ଦ୍ୱାରା ନିର୍ମିତ ତଥା ସଲମାନ୍ ଖାନ୍ ଓ କ୍ୟାଟ୍ରିନା କୈଫ୍ଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ ‘ଭାରତ’କୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାକୁ ସୋମବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି । ସୂଚନା ଅନୁଯାୟୀ, ସଲମାନ୍ ଖାନ ଅଭିନୀତ ଫିଲ୍ମ ‘ଭାରତ’ ୫ ଜୁନ୍ ୨୦୧୯ରେ ରିଲିଜ୍ ହେବାକୁ ଥିବା ବେଳେ ଏ ନେଇ ଦିଲ୍ଲୀର ଜଣେ ସଦସ୍ୟ ଫିଲ୍ମର ରିଲିଜ୍ ତାରିଖକୁ ରଦ୍ଦ କରିବାକୁ ଦିଲ୍ଲୀ ଉଚ୍ଚ ନ୍ୟାୟଳୟରେ ତାଙ୍କର ଏକ ମାମଲା ରୁଜୁ କରିଥିଲେ।
ଏଥିରେ ଉକ୍ତ ବ୍ୟକ୍ତି ଜଣକ ଦର୍ଶାଇଥିଲେ କି ଫିଲ୍ମ ‘ଭାରତ’ର ଶୀର୍ଷକ ଦେଶଭକ୍ତିର ଭାବନାକୁ ଭଙ୍ଗ କରୁଛି। ଏଥିସହିତ ‘ଭାରତ’ଫିଲ୍ମ ଧାରା ୩ ପ୍ରତୀକ ଏବଂ ନାମ(ଅନୁଚିତ ଉପଯୋଗ)ର ଅଧିନିୟମକୁ ଉଲ୍ଲଘଂନ କରୁଥିବାର ମଧ୍ୟ ସେ ଦର୍ଶାଇଥିଲେ। ତେବେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାକୁ ଖାରଜ କରିବା ସହିତ ୫ ଜୁନ୍ରେ ଏହାକୁ ରିଲିଜ୍ କରାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Bharat-Salman-740x420.jpg)