ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଲୋକମାନେ ଜାଣନ୍ତି ଯେ ପ୍ରତିଦିନ ଏଠାରେ ଅନେକ ମାଗଣା ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥାଏ। ରିଲ୍ସ ବନାଇବା ପାଇଁ ଏହା ଏକ ପ୍ରମୁଖ ସ୍ଥାନ ପାଲଟିଛି।

Advertisment

ବେଳେବେଳେ ମେଟ୍ରୋରେ ଝଗଡା ହୁଏ, ବେଳେବେଳେ ରୋମାନ୍ସ ହୁଏ, ଆଉ କେତେବେଳେ ମଜାଦାର ଘଟଣା ବି ଘଟେ।  ଏହି ପ୍ରକାରର ଭିଡିଓ ସବୁ ରିଲ୍ସ ଆକାରରେ ଦେଖିବାକୁ ମିଳେ। ଆଜ୍ଞା ହଁ, ଭାଇରାଲ ହେବା ପାଇଁ ଲୋକମାନେ ମେଟ୍ରୋ ଭିତରେ କିଛି ବି କରିବାର ସୁଯୋଗ ହାତଛଡ଼ା କରନ୍ତି ନାହିଁ। କେହି କେହି ଟାୱେଲ ପିନ୍ଧି ମେଟ୍ରୋ କୋଚରେ ପ୍ରବେଶ କରିଥାନ୍ତି ତ କିଛି ଭିନ୍ନ କାମ ପାଇଁ ଚର୍ଚ୍ଚାରେ ରୁହନ୍ତି।

ବର୍ତ୍ତମାନ ଜଣେ ଯୁବକ ମେଟ୍ରୋ ଟ୍ରେନ୍‌ ଭିତରେ ଅଦ୍ଭୂତ ନୃତ୍ୟ ପ୍ରଦର୍ଶନ କରି ଚର୍ଚ୍ଚାରେ ଅଛନ୍ତି। ଯୁବକ ଜଣକ 'ଚୋଲିକେ ପିଛେ କ୍ୟା ‌‌ହେ’ ଗୀତରେ ନାଚୁଥିବାର ଦେଖିବାକୁ ମିଳିଛନ୍ତି। ଯୁବକ ଜଣକ ନାଚୁଥିବା ବେଳେ ତାଙ୍କୁ ଅନ୍ୟ ଯୁବକ ଓ ଯୁବତୀ ପଛରୁ ଉତ୍ସାହିତ କରି ଭିନ୍ନ ଭିନ୍ନ ଶୈଳୀର ନାଚ ଦେଖାଇବାକୁ କହୁଛନ୍ତି।

View this post on Instagram

A post shared by DU Updates (@duupdates)

ଭାଇରାଲ ଭିଡିଓରେ ଯୁବକ ଜଣକ ବେକରେ ଚୁନି ଗୁଡ଼ାଇ ପୂରା ଡ୍ୟାନ୍ସ ମୁଡରେ ଅଛନ୍ତି। ତାଙ୍କର ସାଙ୍ଗମାନେ ଭିଡିଓ ପ୍ରସ୍ତୁତ କରୁଛନ୍ତି। ଭିଡିଓରେ ସେ ପୋଲ ଡ୍ୟାନ୍ସରୁ ନେଇ ବେଲି ଡ୍ୟାନ୍ସ ପର୍ଯ୍ୟନ୍ତ ଦେଖାଉଛନ୍ତି।

ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ‘ଖଲନାୟକ’ ଚଳଚ୍ଚିତ୍ରର ଏହି ଗୀତରେ ଯୁବକ ଜଣକ ନାଚୁଥିବା ବେଳେ ଅନେକ ଏହାକୁ ପସନ୍ଦ କରିଛନ୍ତି। ଗତ ମାସ ଇନ୍‌ଷ୍ଟାଗ୍ରାମ୍‌‌ରେ ସେୟାର୍‌ ହୋଇଥିବା ଏହି ଭିଡିଓଟି ଏବେ ଭାଇରାଲ୍‌ ହେଉଛି। ଖବର ଲେଖିବା ପର୍ଯ୍ୟନ୍ତ, ଭିଡିଓଟିର ୩ ଲକ୍ଷ ୫୦ ହଜାର ଭ୍ୟୁ ଏବଂ ୯ ହଜାରରୁ ଅଧିକ ଲାଇକ୍ ହୋଇ ସାରିଲାଣି। ଅନେକ ଲୋକ ଖୁବ୍ ଭଲ ଭଲ ମନ୍ତବ୍ୟ ଦେଇଛନ୍ତି।