ଅଭିନେତ୍ରୀ ରାକ୍ଷୀ ଓ ତାଙ୍କ ଭାଇଙ୍କ ନାଁରେ ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ

ବି-ଟାଉନ୍‌ର ଆଇଟମ୍ ଗର୍ଲ ରାକ୍ଷୀ ସାଵନ୍ତଙ୍କ ନାଁରେ ଦିଲ୍ଲୀର ବିକାଶପୁରୀ ଥାନାରେ ମାମଲା ରୁଜୁ ହୋଇଛି। କୋର୍ଟର ଆଦେଶ ମୁତାବକ ରାକ୍ଷୀ ଓ ତାଙ୍କ ଭାଇ ରାକେଶ ସାଵନ୍ତଙ୍କ ନାଁରେ ପୁଲିସ୍ କେସ୍ କରିଛି। ସୂଚନା ମୁତାବକ, ରାକ୍ଷୀଙ୍କ ଭାଇ ରାକେଶ ଶୈଳେଶ ଶ୍ରୀବାସ୍ତବଙ୍କ ଠାରୁ ଏକ ଚଳଚ୍ଚିତ୍ରରେ ନାଚିବା ପାଇଁ ଓ ଏକ ଡ୍ୟାନ୍ସ ଇନଷ୍ଟିଚ୍ୟୁଟ୍‌ର ଉନ୍ମୋଚନରେ ରାକ୍ଷୀଙ୍କ ଉପସ୍ଥିତି ପାଇଁ ୫ ଲକ୍ଷ ଟଙ୍କା ନେଇଥିଲେ। ଏହିଭଳି ଦୁଇଟି କିସ୍ତିରେ ୨୦୧୭ରେ ପ୍ରାୟ ୬ଲକ୍ଷ ଟଙ୍କା ନେଇଥିଲେ। ହେଲେ ପରେ କୌଣସି ଚଳଚ୍ଚିତ୍ର ଓ ଡ୍ୟାନ୍ସ ଇନଷ୍ଟିଚ୍ୟୁଟ୍ ନ ହେବାରୁ ଉଭୟଙ୍କୁ ଟଙ୍କା ଫେରସ୍ତ ମଗାଯାଇଥିଲା। ହେଲେ ଭାଇ ଭଉଣୀ ଟଙ୍କା ନ ଦେବାରୁ ପୁଲିସ୍ ୨୨ ଫେବ୍ରୁଆରିରେ ଆଇପିସି ୪୨୦ରେ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର