ଜାକଲିନଙ୍କ ସହ ଏବେ ବି ପ୍ରେମ ସମ୍ପର୍କ ଅଛି, ତାଙ୍କ ସହିତ ଠିଆ ହେବା ମୋର ଦାୟିତ୍ବ: ସୁକେଶ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ‘ଆପ୍‌’ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ଓ ଅନ୍ୟମାନଙ୍କ ନାଁରେ ସେ ଆଗତ କରିଥିବା ବଟି ଆଦାୟ ଅଭିଯୋଗ ଉପରେ ସାନି ‘ସିବିଆଇ’ ତଦନ୍ତ ଦାବି କରି ଜେଲ୍‌ରେ ଥିବା ‘କନ୍‌ମ୍ୟାନ୍‌’ (ଠକ) ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀର ଉପରାଜ୍ୟପାଳ ଭି. କେ. ସାକ୍‌ସେନାଙ୍କୁ ତୃତୀୟ ପତ୍ର ଲେଖିଛନ୍ତି। ସେ ଆପର ଅସଲ ମୁଖା ଖୋଲୁଥିବା ନେଇ ଜେଲରେ ତାଙ୍କ ଜୀବନ ପ୍ରତି ବିପଦ ଥିବା କହି ନିଜ ପ୍ରେମ ସମ୍ପର୍କ ବିଷୟରେ କହିଛନ୍ତି।

aajtak

ସୁକେଶ ଲେଖିଥିବା ୩ଟି ପତ୍ର ମଧ୍ୟରୁ ଜାକଲିନଙ୍କ ସହ ଥିବା ସମ୍ପର୍କ ବିଷୟରେ ସେ ଲେଖିଥିବା ପ୍ରଥମ ପତ୍ରଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେଥିରେ ସେ ସ୍ପଷ୍ଟ କରିଥିଲେ ଯେ, ସେ ଜାକଲିନଙ୍କ ସହ ପ୍ରେମ ସମ୍ପର୍କରେ ଅଛନ୍ତି। ସେ ଲେଖିଥିଲେ ଯେ, ଯେହେତୁ ମୁଁ ଜାକଲିନଙ୍କ ସହ ପ୍ରେମ ସମ୍ପର୍କର ଅଛି, ତେବେ ତାଙ୍କ ସହ ଠିଆ ହେବା ମୋର ଦାୟିତ୍ବ। ସେ ଆଜି ପର୍ଯ୍ୟନ୍ତ ମୋତେ କିଛି ମାଗି ନାହାଁନ୍ତି। ଯଦି ମୁଁ ତାଙ୍କୁ କିଛି ଦେଇଛି, ସେଥିରେ ତାଙ୍କର ଦୋଷ କ’ଣ? ମୁଁ ୨୦୨୪ରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଛି। ମୁଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି ଏବଂ ଜିତିବି ମଧ୍ୟ। କେହି ମୋତେ ଠକ କହିଲେ ମୁଁ ମାନହାନୀ ମାମଲା ଦାଖଲ କରିବି। ଯେଉଁମାନେ କହୁଛନ୍ତି ଯେ, ସେମାନଙ୍କୁ ମୁଁ ଠକିଛି, ସେମାନେ ସ୍କୁଲ ଯାଉଥିବା ପିଲା ନଥିଲେ। ସମସ୍ତେ ଶିକ୍ଷିତ ଏବଂ ଉଚ୍ଚସ୍ତରୀୟ ବ୍ୟକ୍ତି ଥିଲେ। “

ସମ୍ବନ୍ଧିତ ଖବର