ସ୍ବାମୀଙ୍କଠାରୁ ଅଲଗା ହେବା ପରେ ଏବେ ପ୍ରେମିକଙ୍କ ସହ ଜୀବନକୁ ଉପଭୋଗ କରୁଛନ୍ତି ଡେଲ୍‌ନାଜ୍‌

ମୁମ୍ବାଇ: ଆମ‌େ ଜାଣନ୍ତି ଯେ ବିବାହ ହେଉଛି ‘ୱାନ୍‌ ଟାଇମ୍‌ କମିଟ୍‌ମେଣ୍ଟ୍‌’ ବା ଜୀବନରେ ଥରୁଟିଏ ହିଁ ଘଟେ। ମାତ୍ର ଏହା ସବୁ କ୍ଷେତ୍ରରେ ପ୍ରଜୁଯ୍ୟ ନୁହେଁ। ବେଳେ ବେଳେ ପ୍ରଥମ ଥର ଉଚିତ ଜିବନସାଥୀ ମିଳିନଥାଏ। ଏଥିପାଇଁ ପୁନର୍ବାର ସାଥୀ ଚୟନ କରିବାର ସୁଯୋଗ ଦେଖିବାକୁ ପଡ଼େ। ପ୍ରଥମ ବିବାହ ସଫଳ ନହେଲେ ସାଥୀଙ୍କୁ ଛାଡ଼ପତ୍ର ଦେଇ ଦ୍ବିତୀୟ ବିବାହ କରିବାର ନିୟମ ବି ରହିିଛି।

ଏହିପରି କଥା ସେଲିବ୍ରିଟିମାନଙ୍କ ଜୀବନରେ ଟିକେ ବେଶି ଘଟେ। ଆପଣ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଥମ ସାଥୀଙ୍କଠାରୁ ଛାଡ଼ପତ୍ର ନେଇ ପୁନର୍ବାର ଘର ବସାଇଥିବାର ଦେଖିଥିବେ। ସେହିଭଳି ଅନ୍ୟ ଏକ ଉଦାହରଣ ହେଉଛନ୍ତି ଅଭିନେତ୍ରୀ ଡେଲ୍‌ନାଜ୍‌ ଇରାନି। ଅଭିନେତ୍ରୀ ତାଙ୍କ ପ୍ରଥମ ସ୍ବାମୀଙ୍କୁ ଛାଡ଼ପତ୍ର ଦେବା ପରେ ତାଙ୍କୁ ପୁଣି ଥରେ ନିଜ ସ୍ବପ୍ନର ରାଜକୁମାର ମିଳି ଯାଇଛନ୍ତି।

ନିକଟରେ ଅଭିନେତ୍ରୀଙ୍କୁ ତାଙ୍କଠାରୁ ୧୦ ବର୍ଷ ସାନ ଅଭିନେତାଙ୍କ ସହ ପୁଲ୍‌ ଡେଟ୍‌ରେ ଯାଇଥିବାର ଦେଖିବାକୁ ମିଳିଛି। ଫିଲ୍ମ ଏବଂ ଟିଭି ସୋ’ରେ ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିଣି ପାରିଥିବା ଡେଲ୍‌ନାଜ ନିଜ ବ୍ୟକ୍ତିଗତ ଜୀବନରେ ଅନେକ ଝଡ଼ଝଞ୍ଜାକୁ ସାମ୍ନା କରିଛନ୍ତି। ହେଲେ ଏବେ ସେ ତାଙ୍କ ପ୍ରେମିକଙ୍କ ସହ ନିଜ ଜୀବନକୁ ବେଶ୍‌ ଉପଭୋଗ କରୁଛନ୍ତି।

ଡେଲ୍‌ନାଜ୍‌ ତାଙ୍କ ପ୍ରେମିକ ଡିଜେ ପର୍ସି ଏବଂ ମାଆଙ୍କ ସହ ଛୁଟି କାଟିବାକୁ ଯାଇଛନ୍ତି। ଅଭିନେତ୍ରୀ ତାଙ୍କର କିଛି ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ବି ସେୟାର୍‌ କରିଛନ୍ତି। ଯେଉଁଥିରେ ସେ ପ୍ରେମିକଙ୍କ ସହ ରୋମାଣ୍ଟିକ୍‌ ମୁହୂର୍ତ୍ତ ବିତାଉଥିବାର ନଜର ଆସିଛନ୍ତି। ଏକ ଫଟେ‌ାରେ ସେ ତାଙ୍କ ପ୍ରେମିକଙ୍କ ସହ ସୁଇମିଂ ପୁଲ୍‌ରେ ଦେଖିବାକୁ ମିଳିଛନ୍ତି। ସେହିପରି ଅନ୍ୟ ଏକ ଫଟୋରେ ସେ ତାଙ୍କ ପ୍ରେମିକଙ୍କ ବାହୁରେ ଦେଖିବାକୁ ମିଳିଛନ୍ତି।

ସେ ତାଙ୍କ ପ୍ରେମିକଙ୍କ ସହ ଲିଭ୍‌ଇନ୍‌ ରିଲେସନ୍‌ସିପ୍‌ରେ ରହୁଛନ୍ତି। ହେଲ୍‌ନାଜଙ୍କର ତାଙ୍କ ସ୍ବାମୀଙ୍କ ସହ ବିବାହର ୧୪ ବର୍ଷ ପରେ ଛାଡ଼ପତ୍ର ହୋଇଛି।

ସମ୍ବନ୍ଧିତ ଖବର