‘ଘୁମର’ ନୃତ୍ୟରେ ୩୦ ଲକ୍ଷ ଟଙ୍କାର ଲେହେଙ୍ଗା ପିନ୍ଧିଛନ୍ତି ଦୀପିକା!

ମୁମ୍ବାଇ: ଅତୀତରେ ‘ଦେବଦାସ’ ଚଳଚ୍ଚିତ୍ରରେ ମାଧୁରୀ ଦିକ୍ଷିତ ‘କାହେ ଛେଡ଼େ ମୋହେ’ ଗୀତରେ ୩୦ କିଲୋର ଲେହେଙ୍ଗା ପରିଧାନ କରି ଚର୍ଚ୍ଚାରେ ରହିଥିଲେ। ଏବେ ତାହାକୁ ଦୋହରାଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ଦୀପିକାଙ୍କ ଆଗାମୀ ଚଳଚ୍ଚିତ୍ର ‘ପଦ୍ମାବତୀ’ର ‘ଘୁମର୍‌’ ଗୀତ ନିକଟରେ ରିଲିଜ୍‌ ହୋଇଯାଇଛି। ଏହି ଗୀତଟିରେ ମଧ୍ୟ ଦୀପିକା ୩୦ କିଲୋର ଲେହେଙ୍ଗା ପରିଧାନ କରିଛନ୍ତି। ଏହି ଲେହେଙ୍ଗାର ଦାମ ୩୦ ଲକ୍ଷ ଟଙ୍କା। ଏ ସଂପର୍କରେ ଦୀପିକା ୬୬ଥର ଟୁଇଟ୍‌ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ରଟିରେ ଦୀପିକା ରାଣୀ ପଦ୍ମାବତୀଙ୍କ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ରରେ ପ୍ରଦର୍ଶିତ ହେବାକୁ ଥିବା ‘ଘୁମର’ ନୃତ୍ୟ ହେଉଛି ରାଜସ୍ତାନୀମାନଙ୍କର ଏକ ପ୍ରସିଦ୍ଧ ନୃତ୍ୟ। ଏହି ନୃତ୍ୟ କାହାକୁ ସ୍ୱାଗତ କରିବାରୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟରେ କରାଯାଇଥାଏ। ତେବେ, ନୃତ୍ୟଟିରେ ବହୁ ତ୍ରୁଟି ପରିଲିକ୍ଷିତ ହୋଇଛି ବୋଲି ବିବାଦ ହୋଇଛି।

ସମ୍ବନ୍ଧିତ ଖବର