ଜଣେ କଳାକାରଙ୍କୁ ଦର୍ଶକ ଖୁବ୍ ଶୀଘ୍ର ଦ୍ୱୈତ ଭୂମିକାରେ ଦେଖିବାକୁ ପାଇବେ।ଏହି ନାୟକଙ୍କ ନାମ ହେଲା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ପରଦାରେ ଅର୍ଦ୍ଧେନ୍ଦୁ ହେଉଛି ତାଙ୍କର ସ୍କ୍ରିନ୍ ନେମ୍। ଏବେ ସେ ଅନ୍ୟ ଏକ ଓଡ଼ିଆ ଛବି ‘ବ୍ଲାକ୍ମେଲ୍’ରେ କାମ କରିଛନ୍ତି। ଏଥିରେ ବି ସେ ନାୟକ ଭୂମିକାରେ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
‘ବ୍ଲାକ୍ମେଲ୍’ରେ ଅର୍ଦ୍ଧେନ୍ଦୁଙ୍କୁ ମିଳିଛି ପ୍ରଥମ ଥର ପାଇଁ ଦ୍ୱୈତ ଭୂମିକା।ଏଥିରେ ସେ ଦୁଇଜଣ ନାୟକ ଭୂମିକାରେ ଅଛନ୍ତି।ଏଥିମଧ୍ୟରୁ ଗୋଟିଏ ଚରିତ୍ରରେର ନାଆଁ ରହିଛି ଦେବ ଓ ଅନ୍ୟଟି ହେଲା ଅନୁରାଗ। ଏଥିରେ ଅର୍ଦ୍ଧେନ୍ଦୁଙ୍କ ବିପକ୍ଷରେ ଅଛନ୍ତି ଦୁଇଜଣ ନାୟିକା। ଏମାନଙ୍କ ଭିତରୁ ଜଣେ ହେଲେ ତମନ୍ନା ଓ ଆର ଜଣକ ଆହନା। ତମନ୍ନାଙ୍କୁ ଇତି ମଧ୍ୟରେ ‘ଭାଇନା କ’ଣ କଲା ସେ’ ଓ ‘ନିଝୁମ୍ ରାତିର ସାଥୀ’ ଓ ଆହନାଙ୍କୁ ‘ଭୈରବ’ରେ ନାୟିକା ଭୂମିକାରେ ଦେଖିସାରିଛନ୍ତି ଦର୍ଶକ। ମା’ ସିଂହାସିନୀ ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ‘ବ୍ଲାକ୍ମେଲ୍’ର ନିର୍ଦ୍ଦେଶନା ହେଉଛନ୍ତି କୋରିଓଗ୍ରାଫର ଟର୍ଣ୍ଣଡ଼୍ ଡ଼ିରେକ୍ଟର ଅମିତ ନାୟକ। ପ୍ରଥମଥର ପାଇଁ ଦ୍ୱୈତ ଭୂମିକା ନିଭାଇଥିବାରୁ ଉତ୍ସାହିତ ଅଛନ୍ତି ଅର୍ଦ୍ଧେନ୍ଦୁ।