ମୁମ୍ବାଇ: ପରଲୋକରେ ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁର। ବ୍ରିଟେନରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ହୃଦଘାତ ପାଇଁ ୫୩ ବର୍ଷୀୟ ଏହି ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ବ୍ରିଟେନରେ ପୋଲୋ ଖେଳୁଥିବା ସମୟରେ ତାଙ୍କର ହୃଦଘାତ ହୋଇଥିଲା ବୋଲି କୁହାଯାଉଛି।
ତାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ, ସଞ୍ଜୟ ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ମୃତକଙ୍କ ପ୍ରତି ସମବେଦନା ଜଣାଇ ଏକ୍ସରେ ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟ କରିବା ପରେ ସେ ପୋଲୋ ଖେଳିବାକୁ ଚାଲିଯାଇଥିଲେ। ଖେଳିବା ସମୟରେ ହିଁ ତାଙ୍କର ହୃଦଘାତ ହୋଇ ମୃତ୍ୟୁ ହୋଇଥିବା ଜଣାଯାଇଛି।
ଉଲ୍ଲେଖଯୋଗ୍ୟ, ସଞ୍ଜୟ ଏବଂ କରିସ୍ମା ୨୦୦୩ ମସିହାରେ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ, ସମାଇରା ଏବଂ କିୟାନ୍ ଥିଲେ। ଏହି ଦମ୍ପତି ୨୦୧୪ ମସିହାରେ ଅଲଗା ହୋଇଯିବା ସହ ୨୦୧୬ ମସିହାରେ ସେମାନଙ୍କର ଛାଡପତ୍ର ହୋଇଥିଲା। ପରେ ସଞ୍ଜୟ ୨୦୧୭ ମସିହାରେ ମଡେଲ ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ, ଯାହାଙ୍କ ସହିତ ତାଙ୍କର ଏକ ପୁଅ ଆଜାରିଆସ୍ ଥିଲା। ପ୍ରିୟାଙ୍କର ମଧ୍ୟ ଏହା ଦ୍ବିତୀୟ ବିବାହ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/06/13/OH5G45p0VLgUBa583kuY.jpg)