ବନ୍ଧୁ ଦିବ୍ୟାଙ୍କ ମୃତ୍ୟୁ ପରେ ତାଙ୍କ ସ୍ବାମୀଙ୍କ ବିର‌ୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଲେ ଟିଭି ଅଭିନେତ୍ରୀ ଦେବୋଲିନା

ମୁମ୍ବାଇ: ଆପଣ ଜାଣିଥିବେ ନିଶ୍ଚୟ ଯେ ଲୋକପ୍ରିୟ ଟେଲିଭିଜନ ବ୍ୟକ୍ତିତ୍ବ ଦିବ୍ୟା ଭଟନାଗରଙ୍କର କରୋନାରେ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପରେ ସାରା ଟେଲିଭିଜନ ଶିଳ୍ପରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ପରେ ସୋସିଆଲ୍‌ ମିଡିଆରେ ଏକ ଭିିଡିଓ ପୋଷ୍ଟ୍‌ କରି ଦିବ୍ୟାଙ୍କ ସ୍ବାମୀଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି ତାଙ୍କ ବନ୍ଧୁ ତଥା ଜଣାଶୁଣା ଟେଲିଭିଜନ ନାୟିକା ଦେବୋଲିନା ଭଟ୍ଟାଚାର୍ଯ୍ୟ।

 

 

View this post on Instagram

 

A post shared by Devoleena Bhattacharjee (@devoleena)

ସେ ଏକ ଭିଡିଓ ପୋଷ୍ଟ୍‌ କରି ଦିବ୍ୟାଙ୍କ ସ୍ବାମୀଙ୍କ ଉପରେ ନିଜ ସମସ୍ତ କ୍ରୋଧକୁ ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି। ତାଙ୍କ କହିବା ମୁତାବକ ଦିବ୍ୟ‌ା ଦୀର୍ଘ ୧୦ ବର୍ଷ ଧରି ସ୍ବାମୀ ଗଗନଙ୍କ ସହ ସଂପର୍କରେ ଥିଲେ ବି ସ୍ବାମୀ-ସ୍ତ୍ରୀଙ୍କ ସଂପର୍କରେ ସେପରି ମିଠାପଣ ନଥିଲା। ତାଙ୍କ ସ୍ବାମୀ ଦିବ୍ୟାଙ୍କ ଉପରେ ଘରୋଇ ହିଂସା କରୁଥିଲେ। ଏପରିକି କର୍‌ୱାଚୌତ୍‌ ପୂଜା ଦିନ ବି ଗଗନ ଘରକୁ ଆସି ଦିବ୍ୟାଙ୍କୁ ମାରପିଟ କରିଥିବା ଦେବୋଲିନା ପ୍ରକାଶ କରିଛନ୍ତି।

 

ସେ ଭିଡିଓ ଜାରି କରି ଗଗନଙ୍କୁ ଜେଲ୍‌ ଯିବାର ଧମକ ଦେଉଥିବାର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ଗଗନ୍‌ ପୂର୍ବରୁ ବି ୬ ମାସ ଜେଲ୍‌ରେ ବିତାଇ ସାରିଛନ୍ତି ବୋଲି ଦେବୋଲିନା ଭିଡିଓରେ କହିଛନ୍ତି। ଗଗନଙ୍କ ସହ ତାଙ୍କ ମାଆଙ୍କ ଉପରେ ମଧ୍ୟ ଦେବାଲିନା ନିଜର କ୍ରୋଧ ପ୍ରକାଶ କରି ତମେ ମାଆପୁଅ ଜେଲ୍‌ ଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର