ମୁମ୍ବାଇ: ମା’ ହେଲେ ଲୋକପ୍ରିୟ ଟେଲି ଅଭିନେତ୍ରୀ ତଥା ଗୋପୀ ବୋହୂ ଦେବୋଲିନା ଭଟ୍ଟାଚାର୍ଜୀ। ବିବାହର ୨ବର୍ଷ ପରେ ମା’ ହେଲେ ଟେଲି ଅଭିନେତ୍ରୀ । ବୁଧବାର ଅଭିନେତ୍ରୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜଣାଯାଇଛି। ମା’ ହେବା ପରେ ଅଭିନେତ୍ରୀ ନିଜେ ଏହି ଖୁସି ଖବର ଜଣାଇଛନ୍ତି।
ଦେବୋଲିନା ଭଟ୍ଟାଚାର୍ଜୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ମା’ ହେବାର ଖୁସି ଖବର ସେୟାର କରିଛନ୍ତି। ଭିଡିଓରେ ଲେଖା ଯାଇଛି ଯେ, ଆମର ଛୋଟ ଖୁସି ବିଷୟରେ ଜଣାଇ ଆମେ ଅତ୍ୟନ୍ତ ଆନନ୍ଦିତ, ଆମର ଶିଶୁପୁତ୍ର। ୧୮.୧୨.୨୦୨୪। ଦେବୋଲିନା ଭଟ୍ଟାଚାର୍ଜୀ ମା’ ହେବାର ଖବର ଶୁଣିବା ପରେ ଟିଭି ସେଲିବ୍ରିଟିମାନେ ତାଙ୍କୁ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଦେବୋ ୨୦୨୨ରେ ଶେହନୱାଜଙ୍କୁ ବିବାହ କରିଥିଲେ। ଏହା ପରେ ଚଳିତ ବର୍ଷ ଅଗଷ୍ଟ ୧୫ରେ ସ୍ୱାମୀ ଶହନୱାଜ ଶେଖଙ୍କ ସହ ତାଙ୍କର କିଛି ଫଟୋ ସେୟାର କରି ଗର୍ଭବତୀ ଥିବା ଖବର ସମସ୍ତଙ୍କୁ ଜଣାଇଥିଲେ ଦେବୋ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/19/EX3OoOPMKzHSY0bCvo15.jpg)