ନାମ୍ ବଡ଼େ ଦର୍ଶନ ଛୋଟେ; ୪ଦିନ ମଧ୍ୟରେ ମାଟି କାମୁଡ଼ିଲା ଫିଲ୍ମ ଧାକଡ଼, ସବୁ ରେକର୍ଡ ଭାଙ୍ଗିବ ବୋଲି ଭାବିଥିଲେ କଙ୍ଗନା

ମୁମ୍ବାଇ: ଭାଙ୍ଗିଗଲା କଙ୍ଗନାଙ୍କ ସ୍ବପ୍ନ। ଉନ୍ନତ ଶୈଳୀରେ ଫିଲ୍ମ ‘ଧାକଡ’ର ସୁଟିଂ କରିଥିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। ଫିଲ୍ମଟି ଅନେକ ବଡ଼ ବଜେଟ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି ଆଶା କରିଥିଲେ କଙ୍ଗନା। ହେଲେ ଏବେ ତାଙ୍କ ଆଶା ଆଶାରେ ରହିଯାଇଛି। ଫିଲ୍ମଟି ରିଲିଜର ୪ଦିନ ପରେ ଅନ୍ୟ ଫିଲ୍ମର ରେକର୍ଡ ଭାଙ୍ଗିବା ତ ଦୂରର କଥା ନିଜେ ଏକ ରେକର୍ଡ ସୃଷ୍ଟି କରିପାରିନାହିଁ। ରିଲିଜ ପୂର୍ବରୁ ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। କଙ୍ଗନାଙ୍କୁ ଭିନ୍ନ ଅବତାରରେ ଦେଖି ଦର୍ଶକ ଫିଲ୍ମକୁ ଦେଖିବାକୁ ଅନାଇ ବସିଥିଲେ। ରିଲିଜ୍ ପରେ ଫିଲ୍ମଟି ବକ୍ସ ଅଫିସରେ ରାଜ୍ କରିବେ ବୋଲି ଚର୍ଚ୍ଚା ହୋଇଥିଲା।

ହେଲେ ରିଲିଜ୍ ପରେ ଫିଲ୍ମଟି ଫ୍ଲପ୍ ହୋଇଛି। ଆଶା ଅନୁସାରେ ଫିଲ୍ମଟି ଆୟ କରିବାରେ ବିଫଳ ହୋଇଛି। ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୧.୨ କୋଟି ଆୟ କରିଥିବା ବେଳେ ଶନିବାର ଦିନ ଏହି ଚଳଚ୍ଚିତ୍ର ୧.୦୫ କୋଟି ଟଙ୍କା ଆୟ କରିଥିଲା ​। ହେଲେ ରବିବାର ଆୟ ବଢ଼ିବା ପରିବର୍ତ୍ତେ ‘ଧାକଡ’ର ଆୟ ହ୍ରାସ ପାଇଥିଲା। ତୃତୀୟ ଦିନ ଚଳଚ୍ଚିତ୍ରଟି ପ୍ରାୟ ୯୮ ଲକ୍ଷ ଆୟ କରିଥିବା ବେଳେ ଚତୁର୍ଥ ଦିନରେ ଅର୍ଥାତ୍ ସୋମବାର ଫିଲ୍ମଟି ମାତ୍ର ୩୦ ଲକ୍ଷ ଆୟ କରିବାକୁ ସକ୍ଷମ ହୋଇଛି। ଆୟ ହ୍ରାସ ପାଉଥିବାରୁ ଫିଲ୍ମଟି ଚଳିତ ସପ୍ତାହରେ ହିଁ ପ୍ରେକ୍ଷାଳୟରୁ ହଟିଯିବା ଭଳି ଜଣାପଡ଼ୁଛି।

ସମ୍ବନ୍ଧିତ ଖବର