ମା’ଙ୍କ ମୃତ୍ୟୁ ପରର ପରିସ୍ଥିତି ବିଷୟରେ ଏହି କଥା ଜଣାଇଲେ ଜାହ୍ନବୀ

ମୁମ୍ବାଇ : ବଲିଉଡ୍‍ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଥିଲା । ଏହି ଖବର ଆସିବା ପରେ ମୁମ୍ବାଇରେ ଥିବା ଶ୍ରୀଦେବୀଙ୍କ ପରିବାର ପୂରାପୂରି ଭାବରେ ଭାଙ୍ଗି ପଡ଼ିଥିଲା । ଫଳରେ  ତାଙ୍କର ବଡ଼ ଝିଅ ଜାହ୍ନବୀଙ୍କ ପ୍ରଥମ ବଲିଉଡ଼୍‍ ଫିଲ୍ମ ‘ଧଡ଼କ’ର ସୁଟିଂକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା । କିନ୍ତୁ ଶ୍ରୀଦେବୀଙ୍କ ବିୟୋଗର କିଛି ଦିନ ପରେ ଜାହ୍ନବୀ ପୁଣି ଥରେ ଯାଇ ସୁଟିଂରେ ଯୋଗ ଦେଇଥିଲେ । ଜାହ୍ନବୀଙ୍କ ଏହି ସାହାସକୁ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ ।

MensXP.com

ତେବେ କିଛି ଦିନ ତଳେ ଶ୍ରୀଦେବୀ ବିୟୋଗ ପରର ପରିସ୍ଥିତି ବିଷୟରେ ସର୍ବସମ୍ମୁଖରେ କହିଥିଲେ ଜାହ୍ନବୀ । ଏକ ନିଉଜ୍‌ େଓ୍ଵବ୍‌ସାଇଟ୍‌କୁ ସାକ୍ଷାତକାର ଦେଇ ସେ ମା’ଙ୍କ ମୃତ୍ୟୁ ପରର ଦୁଃଖକୁ ତାଙ୍କ କାମ କିପରି କମାଇଥିଲା ସେ ବିଷୟରେ କହିଥିଲେ । ମା’ଙ୍କ ଯିବା ପରେ ମୋତେ ମୋ ପରିବାର ତରଫରୁ ପୂର୍ଣ୍ଣ ସମର୍ଥନ ମିଳିଥିଲା । ମା’ ଯିବା ପରେ ପରେ ପୁଣି ଥରେ ସୁଟିଂ ଆରମ୍ଭ କରିବା ପୂର୍ବରୁ ମୁଁ ଡ଼ରି ଯାଇଥିଲି । କ୍ୟାମେରା ଆଗକୁ ଯିବା ପାଇଁ ମୋତେ କଷ୍ଟ ଲାଗୁଥିଲା । କିନ୍ତୁ ଏହି ଫିଲ୍ମ ପାଇଁ ମୁଁ ମୋ ମା’ଙ୍କ ବିୟୋଗର ଦୁଃଖରୁ କିଛି ମାତ୍ରାରେ ବାହାରି ପାରିଥିଲି । ଏହି ଫିଲ୍ମର ଅଂଶ ହୋଇ ମୁଁ ଆଜି ବହୁତ ଖୁସି ।

ସମ୍ବନ୍ଧିତ ଖବର