କାହିଁକି ଦାଦା ଅନିଲ୍‌ କପୁର ଜାହ୍ନବୀଙ୍କୁ ମୁଣ୍ଡିଆ ମାରିଲେ ଜାଣନ୍ତୁ

ମୁମ୍ବାଇ : ଗତ କାଲି ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ବଡ଼ଝିଅ ଜାହ୍ନବୀ କପୁରଙ୍କ ବଲିଉଡ୍‍ ଡ଼େବ୍ୟୁ ଚଳଚ୍ଚିତ୍ର ‘ଧଡ଼କ୍‌’ର ଟ୍ରେଲର୍‌ ରିଲିଜ୍‌ ହୋଇଥିବା ବେଳେ ବର୍ତ୍ତମାନ ଏହା ଚର୍ଚ୍ଚାରେ ରହିଛି। ତେବେ ଜାହ୍ନବୀ କପୁର ଏବଂ ଇଶାନ୍‌ ଖଟ୍ଟର ଅଭିନୀତ ଧଡ଼କ ଚଳଚ୍ଚିତ୍ରର ଟ୍ରେଲର୍‌ ରିଲିଜ୍‌ ଅବସରରେ ସଂପୂର୍ଣ୍ଣ କପୁର ପରିବାରକୁ ଦେଖିବାକୁ ମିଳିଥିଲା । ତେବେ ଟ୍ରେଲର୍‌ ଲଞ୍ଚରେ ଅଭିନେତା ତଥା ଜାହ୍ନବୀଙ୍କ ଦାଦା ଅନିଲ୍‌ କପୁର ପହଞ୍ଚିଥିବା ବେଳେ ଜାହ୍ନବୀଙ୍କ ଅଭିନୟ ଦେଖି ମିଡ଼ିଆ ସାମ୍ନାରେ ତାଙ୍କୁ ମୁଣ୍ଡିଆ ମାରି ତାଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ଦେଖିବାକୁ ମିଳିଥିଲା ।

latestly.com

‘ଧଡ଼କ’ରେ ଦୁହିଁଙ୍କୁ ରାଜସ୍ଥାନୀ ଲୁକରେ ଦେଖିବାକୁ ମିଳିଥିବା ବେଳେ ଦୁହିଁଙ୍କ ଅଭିନୟ ଦର୍ଶକଙ୍କୁ ବହୁ ମାତ୍ରାରେ ଆକୃଷ୍ଟ କରିବ। ଟ୍ରେଲର୍‌ ଲଞ୍ଚ ଅବସରରେ ଜାହ୍ନବୀଙ୍କ ସଂପୂର୍ଣ୍ଣ ପରିବାର ତାଙ୍କୁ ସମର୍ଥନ କରିବା ପାଇଁ ପହଞ୍ଚିଥିଲେ । ଟ୍ରେଲର୍‌ ଦେଖି ଜାହ୍ନବୀ ଏବଂ ତାଙ୍କ ସାନ ଭଉଣୀ ମା’ଙ୍କୁ ମନେ ପକାଇ କାନ୍ଦି ପକାଇ ଥିବା ବେଳେ ଦାଦା ଅନିଲ୍‌ ମୁଣ୍ଡିଆ ମାରିବା ପାଇଁ ମୁଣ୍ଡ ନୁଆଁଇଥିଲେ । ଅନିଲ୍‌ କପୁରଙ୍କଠାରୁ ଆରମ୍ଭ କରି ସୋନମ କପୁରଙ୍କ ପର୍ଯ୍ୟନ୍ତ ସମସ୍ତେ ବଲିଉଡ଼ରେ ନିଜର ଅଭିନୟ ଦ୍ୱାରା ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ସେ ରାସ୍ତାରେ ଆଗକୁ ବଢ଼ିବାରେ ଲାଗିଛନ୍ତି ଶ୍ରୀଦେବୀ ତନୟା ଜାହ୍ନବୀ।

ସମ୍ବନ୍ଧିତ ଖବର