କୁଳଭୂଷଣଙ୍କୁ ନେଇ ପାକିସ୍ତାନରେ ରିଲିଜ ହେବାକୁ ଯାଉଛି ବିବାଦୀୟ ଫିଲ୍ମ ‘ଢାଇ ଚାଲ’

ନୂଆଦିଲ୍ଲୀ: ପାକିସ୍ତାନର ସବୁବେଳେ ଇଚ୍ଛା ଥାଏ ଯେ କିଭଳି ଭାରତୀୟଙ୍କୁ ଅପମାନିତ କରିହେବ | ଭାରତ ବିରୋଧରେ ବିଷ ଓଗାଳୁଥିବା ପାକିସ୍ତାନ ଏବେ ପୁଣି ଏମିତି ଏକ କାମ କରିଛି ଯାହାକୁ ଭାରତରେ ଜୋରଦାର ବିରୋଧ କରାଯାଉଛି | ବାସ୍ତବରେ ଏବେ ଏକ ପାକିସ୍ତାନୀ ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଛି | ଯେଉଁଥିରେ ଭାରତର ଭାବମୂର୍ତ୍ତିକୁ ଖରାପ ଢଙ୍ଗରେ ଉପସ୍ଥାପନ କରାଯାଇଛି | ଏହି ଫିଲ୍ମର ନାମ ‘ଢାଇ ଚାଲ’ ଥିବାବେଳେ ଏଥିରେ କୁଳଭୂଷଣଙ୍କ ଚରିତ୍ରକୁ ନେଇ ବିବାଦୀୟ ଭାବରେ ଚିତ୍ରଣ କରାଯାଇଛି |


ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତା ରସିଦ ନାଜଙ୍କ ସହ ପାକିସ୍ତାନୀ ଅଭିନେତା ଆୟେଶା ଉମର ଏବଂ ଶାମୁନ୍ ଅବ୍ବାସିଙ୍କୁ ଦେଖିବାକୁ ମିଳିବ | ଫିଲ୍ମରେ ଆୟେଶାଙ୍କୁ ସାମ୍ବାଦିକ ଭାବରେ ଏବଂ ଶାମୁନ୍ କୁଳଭୂଷଣଙ୍କ ଭୂମିକାରେ ଅଭିନୟ କରିଛନ୍ତି | ଏହି ଫିଲ୍ମକୁ ଫରହିନ୍ ଚୌଧୁରୀ ଲେଖିଥିବାବେଳେ ‘ଢାଇ ଚାଲ’ର ଟ୍ରେଲରରେ ଅନେକ ବିବାଦୀୟ ସଂଳାପ ଶୁଣିବାକୁ ମିଳିଛି |

ଏଥିରେ କୁଳଭୂଷଣଙ୍କୁ ଆତଙ୍କବାଦୀ ଭାବେ ଦର୍ଶାଯାଇଥିବାବେଳେ ଜମ୍ମୁକଶ୍ମୀର ପ୍ରସଙ୍ଗରେ ବିବାଦୀୟ କଥା କୁହାଯାଇଛି | ଯାହାକୁ ନେଇ ଅଧିକାଂଶ ଭାରତୀୟ ଖପ୍ପା ହୋଇଛନ୍ତି |

ସମ୍ବନ୍ଧିତ ଖବର