ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପୂର୍ବ ପତ୍ନୀ ଧନଶ୍ରୀ ବର୍ମାଙ୍କ ବିବାହ ଓ ଛାଡ଼ପତ୍ର ପ୍ରସଂଗରେ ପୂର୍ବରୁ ଆମେ ଅନେକ ବାର ଆଲୋଚନା କରିଛନ୍ତି। ନିକଟରେ ଧନଶ୍ରୀ ଦେଇଥିବା ଏକ ବୟାନ ସଭିଙ୍କୁ ଚକିତ କରିଛି। ଏକ ରିୟାଲିଟି ସୋ’ରେ ଧନଶ୍ରୀ ତାଙ୍କ ଅତୀତ ବିଷୟରେ କଥା ହୋଇଛନ୍ତି।
ଧନଶ୍ରୀଙ୍କ କହିବା କଥା ହେଲା ସେ ଚହଲଙ୍କୁ ଅନେକ ଥର ତାଙ୍କ ଭୁଲ୍ରେ ବି ସମର୍ଥନ ଦେଇଛନ୍ତି। ସୋ’ରେ ଧନଶ୍ରୀଙ୍କ ସହ ପ୍ରତିଯୋଗୀ ଥିବା ତାଙ୍କ ବନ୍ଧୁ ଅରବାଜ ପଟେଲଙ୍କୁ ଥରେ କିପରି ଚହଲ ଖରାପ ବ୍ୟବହାର କରିଥିଲେ ତାହାକୁ ମନେପକାଇଛନ୍ତି। ସେହି କ୍ଷେତ୍ରରେ ବି ସେ ଚହଲଙ୍କୁ ସମର୍ଥନ କରିବା କଥାକୁ ମନେ ପକାଇ ଏବେ ଅନୁତାପ କରୁଥିବା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୦୨୦ରେ ବିବାହ ପରେ, ଧନଶ୍ରୀ ଏବଂ ଚହଲ କ୍ରିକେଟରଙ୍କ ପିତାମାତାଙ୍କ ସହିତ ରହିବା ପାଇଁ ହରିୟାଣା ଚାଲିଯାଇଥିଲେ। କେବଳ କାମ ଥିଲେ ହିଁ ଦୁହେଁ ମୁମ୍ବାଇ ଆସୁଥିଲେ। କିନ୍ତୁ, କିଛି ଦିନ ମଧ୍ୟରେ ଧନଶ୍ରୀ ମୁମ୍ବାଇକୁ ସ୍ଥାନାନ୍ତରିତ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ, ଯେଉଁଥିରେ ଚହଲ ରାଜି ନଥିଲେ। ସେ ନିଜ ପରିବାର ସହ ହରିୟାଣାରେ ରହିବାକୁ ଚାହୁଥିଲେ। ଏହି ସବୁ କଥା ସେମାନଙ୍କ ଛାଡ଼ପତ୍ରର କାରଣ ବୋଲି ଅତୀତରେ ଚର୍ଚ୍ଚା ହେଉଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/07/untitled-28-2025-10-07-15-25-30.jpg)