ନୂଆଦିଲ୍ଳୀ: କୋରିଓଗ୍ରାଫର ଏବଂ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର୍‌ ଧନଶ୍ରୀ ବର୍ମା ଗୁରୁବାର ଏକ ନୂତନ ଗୀତ ରିଲିଜ୍ କରିଛନ୍ତି। ଏହି ଗୀତଟିକୁ ଦେଖି ଲୋକେ ଏବେ ତାହା ସହ ଧନଶ୍ରୀଙ୍କ ବ୍ୟକ୍ତିଗତ ଜୀବନକୁ ଯୋଡ଼ିବା ଆରମ୍ଭ କରିଛନ୍ତି। ଗୀତର ଶୀର୍ଷକ ହେଉଛି 'ଦେଖା ଜୀ ଦେଖା ମୈନେ'।

Advertisment

ଏହି ଭିଡିଓରେ ବର୍ମାଙ୍କୁ ଏକ ବିବାହରେ ଘରୋଇ ହିଂସା ଏବଂ ବିଶ୍ୱାସଘାତକର ଶିକାର ହୋଇଥିବା ମହିଳା ଭାବରେ ଚିତ୍ରିତ କରାଯାଇଛି। ଏହି ଗୀତଟି ତାହାରି ମଧ୍ୟରେ ଆସିଛି, ​​ଯେତେବେଳେ ତାଙ୍କୁ ମୁମ୍ବାଇର ଏକ ପରିବାର କୋର୍ଟ ଦ୍ୱାରା କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ଠାରୁ ଛାଡପତ୍ର ମିଳିଛି।

ଭୂଷଣ କୁମାରଙ୍କ ଟି-ସିରିଜ୍ ଦ୍ୱାରା ସମର୍ଥିତ ଗୀତଟିରେ ଧନଶ୍ରୀଙ୍କ ସହ ଅଭିନୟ କରିଛନ୍ତି ‘ପାତାଲ୍‌ ଲୋକ୍‌’ ଫେମ୍‌ ଇସକ୍‌ ସିଂହ। ଜ୍ୟୋତି ନୁରନ୍ ଗୀତଟିକୁ ଗାଇଛନ୍ତି ଓ ଜାନି ସଂଗୀତ ରଚନା କରିଛନ୍ତି।

ଗୀତର ଏକ ପଂକ୍ତି ଅଛି: "ଦିଲ୍ ତେରା ବଚା ହୈ, ନିଭାନା ଭୁଲ ଜାତା ହୈ। ନୟା ଖିଲାଉନା ଦେଖ କେ, ପୁରାଣ ଭୁଲ ଜାତା ହୈ’’ (ତୁମର ହୃଦୟ ଏତେ ପିଲାଳିଆ ଯେ ଏହା ବିଶ୍ୱସ୍ତ ରହିବାକୁ ଭୁଲିଯାଏ। ଯେତେବେଳେ ଏହା ଏକ ନୂତନ ଖେଳଣା ପାଏ, ସେ ପୁରୁଣା ଖେଳନାକୁ ଭୁଲିଯାଏ)।"

ଗୀତଟିକୁ ଦେଖି ଦର୍ଶକ ଅନୁମ‌ାନ କରୁଛନ୍ତି ଯେ ବୋଧହୁଏ ଧନଶ୍ରୀଙ୍କ ଜୀବନରେ ଏପରି କିଛି ଘଟିଛି। ଯେଉଁଥିପାଇଁ ଚହଲଙ୍କ ଠାରୁ ସେ ଅଲଗା ହୋଇଯାଇଛନ୍ତି।