ନୂଆଦିଲ୍ଲୀ: ନିର୍ଦ୍ଦେଶକ ଐଶ୍ବର୍ଯ୍ୟା ରଜନୀକାନ୍ତ ଏବଂ ଅଭିନେତା-ନିର୍ଦ୍ଦେଶକ ଧନୁଷ ନିକଟରେ ଚେନ୍ନାଇ ପରିବାର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ୨୦୨୨ରେ ଦୁହେଁ ପରସ୍ପରଠାରୁ ଅଲଗା ହେଉଥିବା ନେଇ ଘୋଷଣା କରିବା ପରେ ୨୦୨୪ରେ ‌ଦୁହେଁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ପରସ୍ପରଠାରୁ ଅଲଗା ହେଉଥିବା ନେଇ ଘୋଷଣା କରିଥିଲେ ବି ଏହା ପଛର କାରଣ କ’ଣ ତାହା ଜଣାଇ ନଥିଲେ। ଏବେ ଲୋକପ୍ରିୟ କଣ୍ଠଶିଳ୍ପୀ ସୁଚିତ୍ରା ଦୁହିଁଙ୍କ ଛାଡ଼ପତ୍ରକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଛାଡ଼ପତ୍ର ପୂର୍ବରୁ ଧନୁଷ-ଐଶ୍ବର୍ଯ୍ୟ ଅନ୍ୟ ପୁରୁଷ-ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖୁଥିଲେ ବୋଲି ଦାବି କରିଛନ୍ତି ସଚିତ୍ରା।

Advertisment

ସୁଚିତ୍ରା ଓ ଧନୁଷଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିବା ବେଳେ ସୁଚିତ୍ରା ଏଭଳି ଖୁଲାସା କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି, “ଐଶ୍ୱର୍ଯ୍ୟା, ଧନୁଷଙ୍କ ଉପରେ ଧୋକା ଦେଇଥିବାର ଅଭିଯୋଗ କରୁଛନ୍ତି। କିନ୍ତୁ ସେ ନିଜେ ମଧ୍ୟ ତାହା କରିଛନ୍ତି। ଐଶ୍ୱର୍ଯ୍ୟା ଧନୁଷଙ୍କୁ ଧୋକା ଦେଇଛନ୍ତି ଏବଂ ଧନୁଷ ଐଶ୍ୱର୍ଯ୍ୟାଙ୍କୁ ଧୋକା ଦେଇଛନ୍ତି । ଦୁହେଁ ପରସ୍ପରକୁ ଧୋକ ଦେଇ ଅନ୍ୟ ସହ ସମ୍ପର୍କ ରଖିଛନ୍ତି। ହେଲେ ବାପା ହିସାବରେ ଧନୁଷ ବହୁତ ଭଲ। ଐଶ୍ବର୍ଯ୍ୟା ଜଣେ ଭଲ ମା’ ନୁହନ୍ତି। ଆଶା କରୁଛି ଦୁହିଁଙ୍କ ପିଲାମ‌ାନେ ରଜନୀକାନ୍ତଙ୍କ ସହ ରହନ୍ତୁ।"

ତେବେ ସୁଚିତ୍ରାଙ୍କ ଏଭଳି ଦାବିକୁ ନେଇ ଉଭୟ ଐଶ୍ବର୍ଯ୍ୟା ଓ ଧନୁଷ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।