ମାତ୍ର ୨୧ବର୍ଷ ବୟସରେ ନିଜଠାରୁ ଦୁଇ ବର୍ଷ ବଡ଼ ଐଶ୍ୱର୍ଯ୍ୟାଙ୍କୁ ବିବାହ କରି ନେଇଥିଲେ ଧନୁଷ, ଏହା ଥିଲା କାରଣ

ନୂଆଦିଲ୍ଲୀ : ଭେଙ୍କଟେଶ ପ୍ରଭୁ ଓରଫ ଧନୁଷ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ମଧ୍ୟରୁ ଜଣେ । ତାଙ୍କ ଓଜନ କମ ହେବା ସହ କଳା ରଙ୍ଗ ପାଇଁ ପ୍ରଥମେ ତାଙ୍କୁ କେହି ପସନ୍ଦ କରୁ ନଥିବା ବେଳେ ଏବେ ସେ ନିଜ ଅଭିନୟ ପାଇଁ ସୁପରଷ୍ଟାର ପାଲଟିଛନ୍ତି । ତେବେ ତାଙ୍କର ପେଶାଦାର ଜୀବନଠାରୁ ତାଙ୍କର ବ୍ୟକ୍ତିଗତ ଜୀବନ ଅଧିକ ରୋମାଞ୍ଚକର । ଅନେକ ସମୟରେ ସେ ଏତେ ଶୀଘ୍ର କ’ଣ ପାଇଁ ବିବାହ କଲେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ତାହାର କାରଣ ସାମ୍ନାକୁ ଆସିଛି ।

BollywoodShaadis.com

ସୂଚନା ମୁତାବକ, ଫିଲ୍ମ କାଢ଼ାଲ କୋଣ୍ଡେ ରିଲିଜ୍‌ର ପ୍ରଥମ ଦିନ ଫିଲ୍ମ ହିଟ୍‌ ହେବା ଜାଣି ଥିଏଟରରେ ଉପସ୍ଥିତ ଥିବା କଳାକାରଙ୍କୁ ଆଲିଙ୍ଗନ କରିଥିଲେ ଧନୁଷ । ସେହି ଦିନ ସେ ପ୍ରଥମ ଥର ପାଇଁ ଐଶ୍ୱର୍ଯ୍ୟାଙ୍କୁ ଭେଟିଥିଲେ । ଐଶ୍ୱର୍ଯ୍ୟା ନିଜ ଭଉଣୀ ସୌନ୍ଦର୍ଯ୍ୟା ଓ ବାପା ତଥା ସୁପରଷ୍ଟାର ରଜନୀକାନ୍ତଙ୍କ ସହ ଫିଲ୍ମ ଦେଖିବାକୁ ଆସିଥିଲେ । ପରଦିନ ଐଶ୍ୱର୍ଯ୍ୟା ଧନୁଷଙ୍କୁ ଏକ ବୁକେ ପଠାଇ, ଫିଲ୍ମରେ ଭଲ କାମ କରିଛ ବୋଲି ଲେଖିଥିଲେ । ପରେ ଏକା ସାଙ୍ଗରେ ସମୟ ବିତାଇବାରୁ ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ଯାହା ପରେ ଦୁହିଁଙ୍କ ପରିବାର ଲୋକେ ବିବାହ କରାଇଦେବା ପାଇଁ ଚିନ୍ତା କରିଥିଲେ । ହେଉଥିବା ଚର୍ଚ୍ଚାକୁ ବନ୍ଦ କରିବା ପାଇଁ ଧନୁଷ ଓ ଐଶ୍ୱର୍ଯ୍ୟାଙ୍କ ବିବାହ କରାଇ ଦେଇଥିଲେ ପରିବାର ଲୋକେ । ସେତେବେଳେ ଧନୁଷଙ୍କୁ ମାତ୍ର ୨୧ବର୍ଷ ହୋଇଥିବା ବେଳେ ଐଶ୍ୱର୍ଯ୍ୟାଙ୍କୁ ମାତ୍ର ୨୩ବର୍ଷ ହୋଇଥିଲା । ୨୦୦୪ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଦୁଇଟି ସନ୍ତାନର ମାତା-ପିତା ବନି ସାରିଛନ୍ତି ।

ସମ୍ବନ୍ଧିତ ଖବର