ନୂଆଦିଲ୍ଲୀ : ତାମିଲ୍ ସୁପରଷ୍ଟାର ଧନୁଷ ଓ ପତ୍ନୀ ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ୨୦୨୨ରେ ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଅଲଗା ରହୁଥିଲେ ବି ଉଭୟ ଛାଡ଼ପତ୍ର ନେଇ ନଥିଲେ। ପରେ ଛାଡ଼ପତ୍ର ପାଇଁ ଦୁହେଁ ଆବେଦନ କରିଥିବା ବେଳେ ଏବେ ଏହି ମାମଲାର ଶୁଣାଣି ଶେଷ ହୋଇଛି ଏବଂ ଉଭୟ ଆଇନଗତ ଭାବେ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି। ଏମଧ୍ୟରେ ଧନୁଷଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କୁ କେଉଁ ପରିସ୍ଥିତିରେ ବିବାହ କରିଥିଲେ ତାହା ଜଣାଇଥିଲେ।
ନଭେମ୍ବର ୧, ୨୦୦୪ରେ ଧନୁଷ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ବିବାହ ବିଷୟରେ ଘୋଷଣା କରିଥିଲେ। ଏହା ସହ ସ୍ପଷ୍ଟ କରିଥିଲେ ଯେ, "ଆମେ ଦୁହେଁ ପ୍ରେମ ବିବାହ କରୁନାହୁଁ। ପରିବାର ଲୋକ କହିବାରୁ ଆମେ ବିବାହ କରୁଛୁ। ଐଶ୍ବର୍ଯ୍ୟା ମୋ ବଡ଼ ଭଉଣୀଙ୍କ ସାଙ୍ଗ ଥିଲେ। ହେଲେ ଗଣମାଧ୍ୟମରେ ଆମ ଦୁହିଁଙ୍କୁ ଯୋଡାଯାଇ ଚର୍ଚ୍ଚା ହୋଇଥିଲା। ଏହାର ସମାଧାନ ପାଇଁ ୨ପରିବାର ଏକାଠି ବସିଥିଲେ। ଆଲୋଚନା ପରେ ସମସ୍ତେ ଏହି ଚର୍ଚ୍ଚାକୁ ବନ୍ଦ କରିବା ପାଇଁ ଦୁହେଁ ବିବାହ କରିନେବା ଉଚିତ୍ ବୋଲି ନିଷ୍ପତ୍ତି ନେଇଥିଲେ। ଏହା ପରେ ଆମ ବିବାହ ସ୍ଥିର ହେଲା। ଏହା ପ୍ରେମ ବିବାହ ନୁହେଁ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/28/Gz4eQNqnMVQfgyQt0AX0.jpg)