ନୂଆଦିଲ୍ଲୀ: 'ଲେଡି ସୁପରଷ୍ଟାର' ନୟନତାରାଙ୍କ ଜୀବନ ଏବଂ କ୍ୟାରିୟର ଉପରେ ଆଧାରିତ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ 'ନୟନତାରା: ବିଅଣ୍ଡ୍ ଫେରି ଟେଲ୍' ମୁକ୍ତିଲାଭ କରିଛି। ନଭେମ୍ବର ୧୮ରେ ଏହା ରିଲିଜ୍ ହୋଇଥିବା ବେଳେ ଅଭିନେତ୍ରୀ, ସୁପରଷ୍ଟାର ଧନୁଷଙ୍କୁ ଟାର୍ଗେଟ କରିବା ଖବର ଏବେ ଚାରିଆଡ଼େ ଚର୍ଚ୍ଚାରେ । ଏକ ଇନଷ୍ଟା ପୋଷ୍ଟ ଜରିଆରେ ଆଉ କେତେ ତଳକୁ ଖସିବ ବୋଲି ଧନୁଷଙ୍କୁ ପଚାରିଥିଲେ ନୟନ | ଏବେ ତାଙ୍କୁ ଯବାବ ଦେଇଛନ୍ତି ଧନୁଷଙ୍କ ବାପା କସ୍ତୁରୀ ରାଜା |
ଧନୁଷଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ମିଛ ବୋଲି କସ୍ତୁରୀ ରାଜା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଧନୁଷ ତାଙ୍କର ଆଗାମୀ ଚଳଚ୍ଚିତ୍ରରେ ବ୍ୟସ୍ତ ଅଛନ୍ତି ଏବଂ ଏହି ସବୁ ଜିନିଷ ପାଇଁ ତାଙ୍କ ପାଖରେ ସମୟ ନାହିଁ | ଆମ ପାଇଁ କାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଆଗକୁ ବଢ଼ୁଛୁ | ଯେଉଁମାନେ ଆମକୁ ଅନୁସରଣ କରୁଛନ୍ତି କିମ୍ବା ଆମ ପଛରେ ଆମ ବିଷୟରେ କଥାବାର୍ତ୍ତା କରୁଛନ୍ତି ସେମାନଙ୍କ ପାଇଁ ଆମ ପାଖରେ ସମୟ ନାହିଁ | ମୋ ଭଳି ମୋ ପୁଅ ମଧ୍ୟ କେବଳ କାମ ଉପରେ ଧ୍ୟାନ ଦିଏ |"
ଉଲ୍ଲେଖଯୋଗ୍ୟ, ୩ଦିନ ତଳେ ନୟନ ଇନଷ୍ଟାରେ ପୋଷ୍ଟ କରିଥିଲେ ଯେ “ଏନଓସି ପାଇଁ ଆପଣଙ୍କ ସହିତ ଦୀର୍ଘ ଦୁଇ ବର୍ଷର ଲଢ଼େଇ ପରେ ଆମେ ହାର୍ ମାନିଛୁ। ଆପଣ 'ନାନୁମ୍ ରାଉଡି ଧାନ'ର କୌଣସି ବି ଦୃଶ୍ୟ ବା ଗୀତ ଦେବା ପାଇଁ ଅନୁମତି ନଦେବାରୁ ଆମେ ଡକ୍ୟୁମେଣ୍ଟାରୀକୁ ପୁଣି ଥରେ ଏଡିଟ୍ କରି ଏହାକୁ ରିଲିଜ୍ କରିବାକୁ ଯାଉଛୁ। ଏବେ ଯାଏ ଆପଣ ଯେତେ ତଳକୁ ଖସିଥିଲେ, ଏହା ତା’ଠାରୁ ବି ନିମ୍ନସ୍ତର। ଫିଲ୍ମର ଅଡିଓ ଲଞ୍ଚ ସମୟରେ ମଞ୍ଚରେ ନିଜ ପ୍ରଶଂସକଙ୍କ ଆଗରେ ଯେଉଁ ମଣିଷ ବୋଲି ଆପଣ ଦେଖାନ୍ତି, ଯଦି ଅସଲ ଜୀବନରେ ତା’ର ଅଧା ବି ହୋଇଥାନ୍ତେ ତେବେ କେତେ ଭଲ ହୋଇଥାନ୍ତା। ଆମକୁ ୧୦କୋଟିର ନୋଟିସ୍ ମିଳିଛି ଏବଂ ଆମେ ଏହାର ଉଚିତ୍ ଜବାବ ଦେବୁ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/19/o3nUvUauk1ktLBTnlQir.jpg)