ନୂଆଦିଲ୍ଲୀ: ଟଙ୍କା ନେଇ ସୁଟିଂ ଶେଷ କରୁନାହାନ୍ତି ଧନୁଷ। ଅର୍ଥ ହେରଫେର କରିଛନ୍ତି ବିଶାଲ। ଲୋକପ୍ରିୟ ତାମିଲ ଅଭିନେତା ଧନୁଷ, ସିଲାମ୍ବରସାନ ଏସଟିଆର (ସିମ୍ବୁ), ବିଶାଲ ଏବଂ ଅଥର୍ବଙ୍କ ବଢ଼ିଲା ସମସ୍ୟା। ଏହି ୪ଅଭିନେତାଙ୍କୁ ମିଳିଲା ରେଡ କାର୍ଡ। ଚେନ୍ନାଇର ତାମିଲ ଚଳଚ୍ଚିତ୍ର ନିର୍ମାତା ପରିଷଦ ଏହି କଳାକାରଙ୍କ ବିରୋଧରେ ରେଡ କାର୍ଡ ଜାରି କରିଥିବା ଜଣାଯାଇଛି। ତାମିଲ ଚଳଚ୍ଚିତ୍ର ନିର୍ମାତା ପରିଷଦର ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

Advertisment

ଜାତୀୟ ଗଣମାଧ୍ୟମ ଡେକାନ୍ କ୍ରୋନିକିଲ୍ ରିପୋର୍ଟ ଅନୁଯାୟୀ, ଏହି ଅଭିନେତାମାନଙ୍କ ବିରୋଧରେ ହୋଇଥିବା ଅନେକ ଅଭିଯୋଗକୁ ନଜରରେ ରଖି ଚେନ୍ନାଇର ତାମିଲ ଚଳଚ୍ଚିତ୍ର ନିର୍ମାତା ପରିଷଦ ଦ୍ବାରା ରେଡ୍ କାର୍ଡ ଜାରି କରାଯାଇଛି।ଅଭିଯୋଗକାରୀଙ୍କ ମଧ୍ୟରୁ ଜଣେ ଅଭିଯୋଗ କରିଛନ୍ତି ଯେ, ସିମ୍ବୁଙ୍କୁ ଏକ ଚଳଚ୍ଚିତ୍ର ପାଇଁ ୬୦ ଦିନ କାମ କରିବାର ଥିଲା। କିନ୍ତୁ ସେ କେବଳ ୨୭ଦିନ କାମ କରିଥିଲେ। ଏହି ଅଭିଯୋଗ ଫିଲ୍ମ ନିର୍ମାତା ମାଇକେଲ ରାୟାପ୍ପନଙ୍କ ଦ୍ବାରା ଦାଖଲ କରାଯାଇଥିଲା ଯିଏ ବ୍ଲକବଷ୍ଟର ଚଳଚ୍ଚିତ୍ର ଅନବାନାଭନ୍ ଅଦଙ୍ଗାଦଭନ୍ ଅସାରାଧବନ୍ ନିର୍ମାଣ ପାଇଁ ଜଣାଶୁଣା। ସେହିଭଳି ସୁପରଷ୍ଟାର ଧନୁଷଙ୍କ ବିରୋଧରେ ଚଳଚ୍ଚିତ୍ରର ସୁଟିଂ ଶେଷ ନକରିବାର ଆରୋପ ଲାଗିଛି।

ଅନ୍ୟପକ୍ଷରେ ପରିଷଦର ପୂର୍ବତନ ସଭାପତି ତଥା ଅଭିନେତା ବିଶାଲ ରେଡ୍ଡୀ ମଧ୍ୟ ଆସୋସିଏସନର ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଲୋକପ୍ରିୟ ବାଣିଜ୍ୟ ବିଶ୍ଳେଷକ ମନୋବାଳା ବିଜୟବାଲାନ ମଧ୍ୟ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ (ପୂର୍ବରୁ ଟ୍ୱିଟର ଭାବରେ ଜଣାଶୁଣା) ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।