ପତ୍ନୀ ହେମାଙ୍କ ଭାଇରାଲ୍‌ ଝାଡୁ ଫଟୋ ପ୍ରସଂଗରେ ଉତ୍ତର ଦେଇ ଟ୍ରୋଲ୍‌ ହେବା ପରେ କ୍ଷମା ମାଗିଲେ ଧର୍ମେନ୍ଦ୍ର

ମୁମ୍ବାଇ: ପତ୍ନୀ ହେମାମାଳିନୀ ଝାଡୁ ଧରି ଟ୍ରୋଲ୍‌ ହେବାର ମାତ୍ର କିଛି ଦିନ ମଧ୍ୟରେ ଅଭିନେତା ସ୍ୱାମୀ ଧର୍ମେନ୍ଦ୍ର ତାଙ୍କ ସପକ୍ଷରେ ମଜାଦାର୍‌ ଟ୍ଵିଟ୍‌ କରି ଟ୍ରୋଲ୍‌ ହୋଇଛନ୍ତି। ସେ କରିଥିବା ଟ୍ଵିଟ୍‌ରେ ଟ୍ରୋଲ୍‌ ହେବା ପରେ ଅନ୍ୟ ଏକ ଟ୍ଵିଟ୍‌ କରି କ୍ଷମା ବି ମାଗିଛନ୍ତି, ତାହା ବି ମଜାକିଆ ଅନ୍ଦାଜରେ।

କିଛି ଦିନ ତଳେ ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ହେମା ସଂସଦ ବାହାରେ ଛାଡୁ ଧରି ସଫା କରୁଥିବା ବେଳର ଏକ ଫଟୋ ସୋସିଆଲ୍‌ ମିଡିଆରେ ଘୂୂରିବା ପରେ ଟ୍ରୋଲ୍‌ ହୋଇଥିଲେ ହେମା।

 

ଏ ନେଇ ଜଣେ ଟ୍ଵିଟର୍‌ ବ୍ୟବହାରକାରୀ ହେମାଙ୍କ ସଂପର୍କରେ ଧର୍ମେନ୍ଦ୍ରଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନଟି ଥିଲା, ହେମାଙ୍କୁ ଆପଣ ସତରେ କେବେ ଛାଡୁ ଧରିବାର ଦେଖିଛନ୍ତି?

 

ଏହାର ଉତ୍ତର ଦେଇ ଧର୍ମେନ୍ଦ୍ର ଲେଖିଥିଲେ, ‘ହଁ, ଚଳଚ୍ଚିତ୍ରରେ। ‘ମୁଝେ ଭି ଅନାଡି ଲଗ ରହି ଥି’, ‘ମୈନେ ମଗର ବଚପନରେ ଅପନି ମା କା ହମେଶା ହାଥ୍‌ ବଟାୟା, ‘ମେ ଝାଡୁ ମେ ମାହିର୍‌ ଥା’ ‘ଆଇ ଲଭ୍‌ କ୍ଲିନ୍‌ନେସ୍‌’।’

 

ଧର୍ମେନ୍ଦ୍ର ଉତ୍ତର ଲେଖି ଟ୍ରୋଲ୍‌ ହେବା ପରେ ଆଉ ଏକ ଟ୍ଵିଟ୍‌ କରି କ୍ଷମା ମାଗିଛନ୍ତି। ଦ୍ୱିତୀୟ ଟ୍ଵିଟ୍‌ରେ ସେ ନିଜର ଏକ ପୁୁରୁଣା ଫଟୋ ଦେଇଛନ୍ତି। ସେଥିରେ ସେ ହାତ ଯୋଡ଼ି ଉପରକୁ ମୁହଁ କରିଛନ୍ତି।

ସମ୍ବନ୍ଧିତ ଖବର