ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ନିଜ ବିବାହକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି। କରଣଙ୍କ ବିବାହ ପାଇଁ ଧୁମଧାମରେ ପ୍ରସ୍ତୁତି ବି ଚାଲିଛି। ନାତିଙ୍କ ବିବାହ ପାଇଁ ଜେଜେବାପା ଧର୍ମେନ୍ଦ୍ରଙ୍କ ଜୁହୁସ୍ଥିତ ଘରକୁ ବଧୂ ଭଳି ସଜା ଯାଉଛି।
ନାତିର ବିବାହ ପାଇଁ ଧର୍ମେନ୍ଦ୍ର ବହୁତ ଖୁସି ଥିବା କୁହାଯାଉଛି। ଧର୍ମେନ୍ଦ୍ର ପ୍ରଥମଥର ପାଇଁ ନିଜ ନାତି କରଣଙ୍କ ବିବାହ ସମ୍ପର୍କରେ ମୁହଁ ଖୋଲି କହିଛନ୍ତି, ଖୁବ ଶୀଘ୍ର କରଣଙ୍କ ବିବାହ ହେବାକୁ ଯାଉଛି। ବହୁତ ଦିନ ପରେ ଘରେ ବିବାହ ଭଳି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। କରଣ ସମସ୍ତଙ୍କ ବହୁତ ଯତ୍ନ ନିଅନ୍ତି। ସେ ଜଣେ ଭଲ ମଣିଷ। ଭଗବାନଙ୍କ କୃପାରୁ ତାଙ୍କୁ ସାଥୀ ମିଳି ଯାଇଛି, ଏଥିପାଇଁ ମୁଁ ବହୁତ ଖୁସି ଅଛି।
କରଣ ତାଙ୍କ ପ୍ରେମିକା ସମ୍ପର୍କରେ ପ୍ରଥମେ ତାଙ୍କ ମା’ଙ୍କୁ ଜଣାଇଥିଲେ। ମା’ ସନ୍ନିଙ୍କୁ ଓ ସନ୍ନି ମୋତେ ଜଣାଇଥିଲେ। କରଣ ଜୁନ ୧୮ରେ ବିବାହ କରିବାକୁ ଯାଉଥିବା କନ୍ୟାଙ୍କ ନାମ ହେଉଛି ଦ୍ରିଶା। ଦ୍ରିଶା ହେଉଛନ୍ତି ସିନେମା ନିର୍ମାତା ବିମଳ ରାଏଙ୍କ ଅଣନାତୁଣୀ। ଯିଏକି ଖୁବ ସଂସ୍କାରି। ଦ୍ରିଶା ଆଉ କିଛିଦିନ ମଧ୍ୟରେ ଦେଓଲ ପରିବାରର ବୋହୂ ହେବାକୁ ଯାଉଛନ୍ତି। ତାଙ୍କୁ ଘରକୁ ସ୍ବାଗତ।’
କରଣ ଓ ଦ୍ରିଶା ବହୁବର୍ଷ ହେଲାଣି ପରସ୍ପରକୁ ଡେଟ୍ କରୁଥବା ବେଳେ ଏବେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିଛି ମାସ ତଳେ ଜେଜେ ଧର୍ମେନ୍ଦ୍ର ଏବଂ ଜେଜେମା ପ୍ରକାଶ କୌରଙ୍କ ବିବାହ ବାର୍ଷିକୀ ଅବସରରେ କରଣ ଦେଓଲ ତାଙ୍କ ପ୍ରେମିକା ଦ୍ରିଶାଙ୍କ ସହ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଅବସରରେ ଉଭୟଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/a410fea0-d386-48ef-88df-c35cf9bf246c.jpg)