ହେମାଙ୍କ ଝାଡ଼ୁ ମାରିବା ଭିଡିଓକୁ ନେଇ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା, କହିଲେ; କେବଳ ଫିଲ୍ମରେ ଝାଡ଼ୁ ମାରିଛନ୍ତି, ସେଥିପାଇଁ ଅନାଡ଼ି ଲାଗୁଛନ୍ତି

ମୁମ୍ବାଇ : ବିଜେପି ସାଂସଦ ତଥା ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ ସ୍ୱଚ୍ଛତା ଅଭିଯାନର ପ୍ରଚାର କରିବା ସହ ସଂସଦ ପରିସରରେ ଝାଡ଼ୁ ମାରିଥିଲେ । କିନ୍ତୁ ତାଙ୍କର ଝାଡ଼ୁ ଧରିବାର ଶୈଳୀ ଏବଂ ସେ ଯେଉଁଭଳି ଭାବରେ ଝାଡ଼ୁ ମାରୁଥିଲେ, ତାହାର ଭିଡିଓ ଦେଖି ଲୋକେ ତାଙ୍କୁ ଟ୍ରୋଲ କରିଥିଲେ । ଏବେ ଲୋକଙ୍କ ଟ୍ରୋଲିଂର ଶିକାର ହେବା ପରେ ସ୍ୱାମୀ ଧର୍ମେନ୍ଦ୍ର ମଧ୍ୟ ପତ୍ନୀ ହେମାଙ୍କୁ ପରିହାସ କରିଥିବା ଦେଖା ଯାଇଛି ।

ସୋସିଆଲ ମିଡିଆରେ ଜଣେ ବ୍ୟବହାରକାରୀ ଧର୍ମେନ୍ଦ୍ରଙ୍କୁ ହେମାଜୀ କେବେ ଝାଡ଼ୁ କରିଛନ୍ତି କି ନାହିଁ ବୋଲି ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖି, ହଁ କେବଳ ଫିଲ୍ମରେ । ମୋତେ ବି ସେ ଭିଡିଓରେ ଅନାଡି ଲାଗୁଥିଲେ । କିନ୍ତୁ ମୁଁ ଛୋଟବେଳେ ମୋ ମା’ଙ୍କୁ ଘର କାମରେ ସାହାଯ୍ୟ କରୁଥିଲି । ଯାହା ପାଇଁ ମୁଁ ଭଲ ଭାବରେ ଝାଡ଼ୁ ମାରି ଜାଣିଛି ବୋଲି ଟୁଇଟ୍‌ କରିଥିଲେ ଧର୍ମେନ୍ଦ୍ର ।

ସମ୍ବନ୍ଧିତ ଖବର