ମୁମ୍ବାଇ: ଏବେ ବଲିଉଡ ଅଭିନେତା ସନ୍ନି ଦେଓଲ ତାଙ୍କ ଚଳଚ୍ଚିତ୍ର ‘ଗଦର ୨’ର ସଫଳତାକୁ ଉପଭୋଗ କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସରେ ୫୦୦କୋଟି ପାଖାପାଖି ଆୟ କରିିଥିବା ବେଳେ କିଛି ଦିନ ତଳେ ଖବର ମିଳିଥିଲା ଯେ ତାଙ୍କ ପିତା ଧର୍ମେନ୍ଦ୍ରଙ୍କ ଚିକିତ୍ସା ପାଇଁ ସନ୍ନି ଆମେରିକା ଯାଇଛନ୍ତି। ସେଠାରେ ସେ ୧୫-୨୦ଦିନ ରହି ବାପା ଧର୍ମେନ୍ଦ୍ରଙ୍କ ଉପଯୁକ୍ତ ଚିକିତ୍ସା କରାଇବେ। ଏଥିପାଇଁ ସେ ନିଜ କାମକୁ ଅଟକାଇ ବିରତି ନେଇଥିବା କୁହାଯାଉଛି।
Friends, after long enjoying a small holiday in USA . Will soon be back for my new film. This loving pet is in love with me haha 😆 pic.twitter.com/9vnPSQinwC
— Dharmendra Deol (@aapkadharam) September 12, 2023
ହେଲେ ଏବେ ସୁପରଷ୍ଟାର ଧର୍ମେନ୍ଦ୍ର ଆମେରିକା ଯିବା ପଛର ପ୍ରକୃତ କାରଣ ସାମ୍ନାକୁ ଆସିଛି। ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କୁକୁର ସହିତ ଖେଳୁଥିବାର ନଜର ଆସିଛନ୍ତି। ଭିଡିଓ ସେୟାର କରି ଧର୍ମେନ୍ଦ୍ର ଲେଖିଛନ୍ତି- "ବନ୍ଧୁଗଣ, ଦୀର୍ଘ ସମୟ ପରେ, ମୁଁ ଆମେରିକାରେ ମୋର ଛୁଟିଦିନ ଉପଭୋଗ କରୁଛି। ମୋର ନୂଆ ଚଳଚ୍ଚିତ୍ର ପାଇଁ ଶୀଘ୍ର ମୁଁ ଭାରତ ଫେରି ଆସିବି। ଏହି ସ୍ନେହୀ ଗୃହପାଳିତ ପଶୁ ମୋ ପ୍ରେମରେ ପଡିଛି।"
ତେବେ ଏହା ପୂର୍ବରୁ ସନ୍ନି ନିଜ ୫୬କୋଟି ଟଙ୍କାର ଋଣଭାର ଉପରେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଥିଲେ। ସେ କହିଥିଲେ, "ମୁଁ ବ୍ୟାଙ୍କକୁ ଚିଠି ଲେଖି ଜଣାଇଥିଲି କି ମୁଁ ଏବେ ସିନେମା ପ୍ରମୋସନରେ ବ୍ୟସ୍ତ ଅଛି। ଫେରିବା ପରେ ସମସ୍ତ ଋଣ ସୁଝି ଦେବି। ଏହା ସତ୍ତ୍ବେ ବି ବ୍ୟାଙ୍କ କର୍ମଚାରୀ ମୋ କଥା ନମାନି ବଙ୍ଗଳା ନିଲାମର ସୂଚନା ଖବରକାଗଜରେ ଛାପି ଦେଇଥିଲେ। ସେମାନଙ୍କୁ କିନ୍ତୁ ଏମିତି କରିବାର ନଥିଲା। ବ୍ୟାଙ୍କ କର୍ମଚାରୀ ମୋତେ ପ୍ରଶ୍ନ କରିଥିଲେ କି ସିନେମା ‘ଗଦର-୨’ ତ ଭଲ ବ୍ୟବସାୟ କରୁଛି। ଏବେ ତ ଆପଣ ଋଣ ସୁଝି ପାରିବେ? ମୁଁ ଏହାର ଉତ୍ତର ଦେଇ କହିଥିଲି ନିଶ୍ଚିୟ। ଏବେ ମୁଁ ସମସ୍ତ ଋଣ ସୁଝି ଦେବି। କାରଣ ମୁଁ ବାପାଙ୍କର କୌଣସି ସମ୍ପତ୍ତିକୁ ହରାଇବାକୁ ଚାହେ ନାହିଁ।"