ଧୋନିଙ୍କ ମୁହଁରୁ ବେସନ୍‌ ଲଡୁ ଛଡାଉଛନ୍ତି ଝିଅ ଜିଭା: ଭିଡିଓରେ ଦେଖନ୍ତୁ ଏହି ମଧୁର ମୁହୂର୍ତ୍ତକୁ

ଝାଡ଼ଖଣ୍ଡ:ରାଞ୍ଚିରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ ଭାରତୀୟ ଦଳ ବିଜୟ ହୋଇଥିଲେ। ତେବେ ଏହା ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ରାଞ୍ଚିରେ ଅଛନ୍ତି। ତାଙ୍କ ପରିବାର ସହିତ ମଉଜମଜଲିସ କରି ସମୟ ବିତାଉଛନ୍ତି। ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି, ଏହି ପର୍ବକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଘରେଘରେ ପ୍ରସ୍ତୁତି ବି ଆରମ୍ଭ ହୋଇଗଲାଣି। ଏହି କ୍ରମରେ ଧୋନିଙ୍କ ଘରେ ବି ଦୀପାବଳି ପ୍ରସ୍ତୁତି ଚାଲିଛି। ଧୋନି ରବିବାର ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଝିଅ ଜିଭାଙ୍କ ସହିତ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଧୋନି ଝିଅ ଜିଭାଙ୍କ ସହିତ ମିଶି ବେସନ୍‌ର ଲଡୁ ଖାଉଥିବାର ଏକ ମଧୁର ମୁହୂର୍ତ୍ତ ଦେଖିବାକୁ ମିଳିଛି।

ଭିଡିଓରେ ଧୋନି ନିଜ ମୁହଁରେ ବେସନ୍‌ ଲଡୁ ଧରିଛନ୍ତି। ଆଉ ତାଙ୍କ ଝିଅ ଜିଭା ସେହି ବେସନ୍‌ ଲଡୁକୁ ଖାଉଛି। ବାପା-ଝିଅଙ୍କ ଏହି ଭିଡିଓଟି ଖୁବ୍‌ ସୁନ୍ଦର ଓ ମନଲୋଭା ହୋଇଛି। ଏହି ଭିଡିଓକୁ ଏଯାବତ୍‌ ଛବିଶ ହଜାର ପାଞ୍ଚଶହ ଲୋକ ଦେଖି ସାରିଲେଣି। ଏଥିସହିତ ଭିଡିଓରେ ଚାରି ହଜାରୁ ଊର୍ଧ୍ୱ କମେଣ୍ଟ ମଧ୍ୟ ଆସି ସାରିଲାଣି।

ଧୋନି ଓ ଜିଭାଙ୍କ ଏହି ଭିଡିଓ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କହୋଲି ଜିଭାଙ୍କ ସହିତ ଏକ ଭିଡିଓରେ ନଜର ଆସିଥିଲେ। ଯେଉଁଥିରେ କୋହଲି ଜିଭାଙ୍କ ସହିତ ବସି ମଜା କରୁକରୁ ମଧୁରତା ସହ ତାଙ୍କୁ ଡରାଉ ଥିଲେ। ଏହି ଭିଡିଟିରେ କୋହିଲା ଓ ଜିଭାଙ୍କ ମଜାଳିଆ ମୁହୂର୍ତ୍ତକୁ ସମସ୍ତ ପସନ୍ଦ କରିଥିଲେ। କୋହଲି ରାଞ୍ଚିରେ ଟି-୨୦ ଖେଳ ପୂର୍ବରୁ ଧୋନିଙ୍କ ଘରକୁ ଯାଇ ଜିଭାଙ୍କୁ ଭେଟି ତାଙ୍କ ସହିତ କିଛି ସମୟ ବିତାଇଥିଲେ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆକୁ ଭାରତୀୟ ଦଳ ଦିନିକିଆ ସିରିଜ ହରାଇବା ପରେ ଟି-୨୦କୁ ଡ୍ର କରାଯାଇଥିଲା। ଏହାପରେ ଭାରତୀୟ ଖେଳାଳି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିରିଜ ଖେଳିବା ପର୍ଯ୍ୟନ୍ତ ବିଶ୍ରାମ ନେଇଛନ୍ତି। ଏମିତିରେ ସମସ୍ତ କ୍ରିକେଟର ନିଜ ନିଜ ପରିବାର ସହିତ ଦୀପାବଳିକୁ ପାଳନ କରିବା ପାଇଁ ଜୋରଦାର ପସ୍ତୁତି ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧିତ ଖବର