କାହିଁକି କ୍ରିକେଟର ଧୋନି ଟାଇଗର୍‌ ଶ୍ରଫଙ୍କ ଗର୍ଲଫ୍ରେଣ୍ଡ ଦିଶା ପଟାନିଙ୍କ ସହ ସଂପର୍କ ଯୋଡିଥିଲେ?

ମୁମ୍ବାଇ: ବଲିଉଡ ନାୟକ ଟାଇଗର୍‌ ଶ୍ରଫଙ୍କ ଗର୍ଲଫ୍ରେଣ୍ଡ ଦିଶା ପଟାନିଙ୍କ ପ୍ରେମରେ ପଡ଼ିଥିଲେ  ଲୋକପ୍ରିୟ କ୍ରିକେଟର ଏମ୍‌.ଏସ୍‌.ଧୋନି  । ତେବେ ଏମିତି କାହିଁକି ହୋଇଥିଲା ଜାଣନ୍ତି ! ଏକ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ରେ ଧୋନି ବଲିଉଡ ନାୟିକା ଦୀପିକା ପାଦୁକୋନ୍‌ଙ୍କୁ ନିମନ୍ତ୍ରଣ କରିଥିଲେ। ଦୀପିକା ବି  ସେହି ନିମନ୍ତ୍ରଣ ରକ୍ଷା କରି ଅଷ୍ଟ୍ରେଲିଆ ଯାଇଥିଲେ । ସେଠାରେ ଥିବା ବେଳେ ଏ ଦୁହଁଙ୍କ ସଂପର୍କ ପ୍ରଚାରିତ ହୋଇଥିଲା। ସେହି ସମୟରେ ଧୋନି ଦୀପିକାଙ୍କୁ ପ୍ରପୋଜ୍‌ କରିଥିଲେ। ହେଲେ ତାହାକୁ ସ୍ୱୀକାର କରି ନ ଥିଲେ ଦୀପିକା ,କାରଣ ସେତେବେଳେ ନିଜର କ୍ୟାରିଅର ଆରମ୍ଭ କରୁଥିଲେ ଦୀପିକା।

ଧୋନିଙ୍କୁ ଛାଡିବାପରେ କ୍ରିକେଟର୍‌ ଯୁବରାଜ ସିଂହଙ୍କ ସହିତ ଦୀପିକା ପାଦୁକୋନ୍‌ ପ୍ରାୟ ଦୁଇ ବର୍ଷ ପ୍ରେମ ସଂପର୍କରେ ଥିଲେ ବୋଲି ଶୁଣିବାକୁ ମିଳେ। କିନ୍ତୁ ଉଭୟେ ନିଜ ନିଜର କ୍ୟାରିଅର୍‌କୁ ଅଗ୍ରାଧିକାର ଦେବା କାରଣରୁ  ସେମାନଙ୍କର ବ୍ରେକ୍‌ଅପ୍‌ ହୋଇଥିଲା। ଆହୁରି ମଧ୍ୟ କୁହାଯାଏ  କି ଯୁବରାଜଙ୍କ ସହିତ ଦୀପିକା ପ୍ରେମ ସଂପର୍କ  ରଖିବା ଯୋଗୁଁ ଏମ୍‌.ଏସ୍‌.ଧୋନି ଡିପ୍ରେସନ୍‌କୁ ଚାଲିଯାଇଥିଲେ। ଏହାପରେ ଧୋନି ବାଧ୍ୟ ହୋଇ ଏବେକାର ବଲିଉଡ ନାୟିକା ଦିଶା ପଟାନିଙ୍କ ସହ ସଂପର୍କ ଯୋଡିଥିଲେ।

ସମ୍ବନ୍ଧିତ ଖବର