ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନିଙ୍କ ଝିଅ ଜିଭାଙ୍କର ସଙ୍ଗୀତ ପ୍ରତି ରୁଚି ଥିବା ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓରୁ ଜଣାପଡ଼ିଛି। ଧୋନିଙ୍କୁ ଅନେକ ଥର ଗୀତ ଗାଇବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି, କିନ୍ତୁ ତାଙ୍କ ଝିଅର ବି ଏଥିପ୍ରତି ରୁଚି ଥିବା ପ୍ରଥମ ଥର ଦେଖିବାକୁ ମିଳିଛି।

Advertisment

ଝିଅ ଜିଭା ଖୁବ୍‌ ସୁନ୍ଦର ଭାବେ ଭଗବାନ ଶ୍ରୀକୃଷ୍ଣଙ୍କ ଭଜନ ଗାଉଛନ୍ତି। ଏହି ଭିଡିଓକୁ ଜିଭାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅପଲୋଡ୍ କରାଯାଇଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଜିଭା ଏକ ଫିକା ଗୋଲାପୀ ରଙ୍ଗର ପୋଷାକ ପିନ୍ଧି ମାଲାୟାଲମ ଭାଷାରେ ଶ୍ରୀକୃଷ୍ଣଙ୍କ ଭଜନ ଗାଉଛନ୍ତି।

View this post on Instagram

Singing mode !

A post shared by ZIVA SINGH DHONI (@ziva_singh_dhoni) on

୫୧ସେକେଣ୍ଡର ଏହି ଭିଡିଓରେ କ୍ୟାପସନ୍‌ ଦିଆଯାଇଛି କି, ‘‘ସିଙ୍ଗିଙ୍ଗ୍‌ ମୋଡ’’ । ଜିଭାଙ୍କ ଏହି ଭଜନ ଗାଉଥିବାର ଭିଡିଓକୁ ଏଯାବତ ୨ଲକ୍ଷ ୨୭ହଜାର ଲୋକ ଶୁଣି ସାରିଛନ୍ତି। ଜିଭାଙ୍କ ମାତା-ପିତା ବି ନିଜନିଜ ସାଙ୍ଗଙ୍କ ସହିତ ଝିଅର ଏହି ଭିଡିଓକୁ ସେୟାର କରିଛନ୍ତି।