ମୁମ୍ବାଇ: କ୍ରିକେଟ ପରେ ଏବେ ଅଭିନୟରେ ଡେବ୍ୟୁ କରିବେ ମହେନ୍ଦ୍ର ସିଂହ ଧୋନି । ବଲିଉଡର ନିର୍ଦ୍ଦେଶ-ପ୍ରଯୋଜକ କରଣ ଜୋହରଙ୍କ ଦ୍ବାରା ପୋଷ୍ଟ କରାଯାଇଥିବା ଭିଡିଓକୁ ନେଇ ଏବେ ଏହି ଚର୍ଚ୍ଚା ଆରମ୍ଭ କରିଛି। କରଣ, ଧୋନିଙ୍କର ଏକ ଭିଡିଓ ଇନଷ୍ଟାରେ ସେୟାର କରିଛନ୍ତି, ଯେଉଁଥିରେ ସେ ଧୋନିଙ୍କୁ 'ଲଭର ବୟ' ବୋଲି କହିଛନ୍ତି। ଭିଡିଓରେ ଧୋନି ଏକ ଲାଲ୍ ରଙ୍ଗର ହୃଦୟ ଆକାରର ବେଲୁନ୍ ଧରିଥିବା ଦେଖିବାକୁ ମିଳିଛି।
ଭିଡିଓଟି "ପ୍ରଥମ ଥର ପାଇଁ ଏମ୍ଏସ୍ ଧୋନିଙ୍କୁ ଏକ ରୋମାଣ୍ଟିକ୍ ଅବତାରରେ" ଲେଖା ସହିତ ଆରମ୍ଭ ହେଉଛି। ଏହା ପରେ ଧୋନି ହାତରେ ଏକ ଲାଲ ହୃଦୟ ବେଲୁନ୍ ଧରି ଚାଲୁଥିବାର ଦେଖାଯାଉଛି। ଭିଡିଓରେ ସେ କହୁଛନ୍ତି "ତୁମେ ସାଥିରେ ଚାଲିଲେ, ସବୁ ଯାତ୍ରା ସୁନ୍ଦର ହୋଇଯାଏ।" ଏହା ପରେ ଭିଡିଓ ଶେଷକୁ ଏକ ଲେଖା ଆସୁଛି, ଯେଉଁଥିରେ ଲେଖାଯାଇଛି, "ଏକ ଏଭଳି ପ୍ରେମ କାହାଣୀ ଯାହା ଖୁବଶୀଘ୍ର ଆସିବ।"
କରଣଙ୍କ ଏହି ଭିଡିଓ ପରେ ଏବେ ଧୋନି ଅଭିନୟରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/04/15/tWRA7ltBrXy67S4hBiat.jpg)