କ’ଣ ପ୍ରେଗ୍ନେଣ୍ଟ୍‌ ଅଛନ୍ତି, ଧୋନିଙ୍କ ପତ୍ନୀ ସାକ୍ଷୀ? ବିରୁଷ୍କାଙ୍କ ରିସେପ୍‌ସନ୍‌ ପାର୍ଟିରେ ଦେଖାଗଲା ଏମିତି କିଛି!

ମୁମ୍ବାଇ: ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍‌ ବିରାଟ କୋହ୍‌ଲୀ ଏବଂ ବଲିଉଡ଼୍‍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ମଧ୍ୟରେ ଦୀର୍ଘଦିନର ପ୍ରେମସଂପର୍କ ପରେ ନିକଟରେ ଡ଼ିସେମ୍ବର ୧୧ ତାରିଖରେ ଇଟାଲିରେ ସେମାନଙ୍କର ବିବାହ ସଂପନ୍ନ ହୋଇଛି। ଏହାପରେ ବିରୁଷ୍କା ଯୋଡ଼ି ସେମାନଙ୍କ ବିବାହର ପ୍ରଥମ
ରିସେପ୍‌ସନ୍‌ ପାର୍ଟିକୁ ନୂଆଦିଲ୍ଲୀରେ ଦେଲାପରେ, ଦ୍ୱିତୀୟ ରିସେପ୍‌ସନ୍‌ ପାର୍ଟିକୁ ଡ଼ିସେମ୍ବର ୨୬ ତାରିଖ ମଙ୍ଗଳବାର ଦିନ ମୁମ୍ବାଇର ହୋଟେଲ୍‌ ସେଂଟ୍‌ ରେଜିସ୍‌ରେ ଦେଇଅଛନ୍ତି। ତେବେ ଏହି ପାର୍ଟିକୁ ବଲିଉଡ଼୍‍ ଷ୍ଟାର୍‌ଙ୍କ ସମେତ ଦେଶର ପ୍ରତିଷ୍ଠିତ ବିଜିନେସ୍‌ମ୍ୟାନ୍‌ ଓ ଖେଳ ଦୁନିଆର ସମସ୍ତେ ନିମନ୍ତ୍ରିତ ହୋଇଆସିଥିଲେ। ଏଥିସହିତ ଏହି ପାର୍ଟିରେ ଭାରତର ପୂର୍ବତନ ଅଧିନାୟକ ଏମ୍‌.ଏସ୍‌. ଧୋନି ତାଙ୍କ ପତ୍ନୀ ସାକ୍ଷୀ ଓ ଝିଅ ଜିଓ୍ଵାଙ୍କୁ ସାଥିରେ ନେଇ ମଧ୍ୟ ପହଞ୍ଚଥିଲେ। ହେଲେ ଯେତେବେଳେ ସାକ୍ଷୀଙ୍କୁ ପାର୍ଟିରେ ଦେଖାଗଲା, ସେତେବେଳେ ଧୋନିଙ୍କ ଫ୍ୟାନ୍‌ସମାନଙ୍କ ମଧ୍ୟରେ ଗୋଟିଏ ନୂଆ କଥାକୁ ନେଇ ଚର୍ଚ୍ଚା ହେବାରେ ଲାଗିଲା। ଆଉ ସେହି କଥାଟି ହେଉଛି କୁଆଡ଼େ ଧୋନିଙ୍କ ପତ୍ନୀ ସାକ୍ଷୀ ଗର୍ଭବତୀ ଅଛନ୍ତି? ତେବେ ଏହି ପାର୍ଟିକୁ ଧୋନି ଏକ ବ୍ଲାକ୍‌ ରଂଗର ସୁଟ୍‌ ପିନ୍ଧି ଆସିଥିବାବେଳେ ପତ୍ନୀ ସାକ୍ଷୀ ଏବଂ ଝିଅ ଜିଓ୍ଵାଙ୍କୁ ପିଙ୍କ୍‌ କଲର୍‌ ଡ୍ରେସ୍‌ ପରିଧାନ କରିଥିବାର ଦେଖାଯାଇଥିଲା। ଯେଉଁଥିରେ କି ପିଙ୍କ୍‌ ରଂଗର ଲେହଙ୍ଗା-ଚୋଲିରେ ଧୋନୀଙ୍କ ବିବି ସାକ୍ଷୀ ବହୁତ ସୁନ୍ଦର ଦିଶୁଥିଲେ। ହେଲେ ଏଥିରେ ସାକ୍ଷୀଙ୍କ ବେବିବମ୍ପ୍‌ ଟିକିଏ ବାହାରକୁ ବାହାରୁଥିବାର ଦେଖାଯାଇଥିଲା। ଏହାକୁ ଦେଖିଲାପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଏହା ଚର୍ଚ୍ଚିତ ହେବାକୁ ଲାଗିଲା କି ବୋଧ୍‌ହୁଏ ଧୋନି ଦ୍ୱିତୀୟ ଥର ଲାଗି ପିତା ହେବାକୁ ଯାଉଛନ୍ତି!

ତେବେ ଆପଣଙ୍କ ସୂଚନା ଲାଗି ଜଣାଉଅଛୁ କି, ଧୋନି ଏବଂ ସାକ୍ଷୀଙ୍କର ବିବାହ ବର୍ଷ୨୦୧୦ରେ ଡ଼େରାଡ଼ୁନ୍‌ରେ ହୋଇଥିଲା। ଏହାପରେ ୨୦୧୫ରେ ଧୋନି ଓ ସାକ୍ଷୀ ଝିଅ ଜିଓ୍ଵାର ପ୍ୟାରେଣ୍ଟ୍‌ସ ବନିଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସାକ୍ଷୀଙ୍କ ପ୍ରେଗ୍ନେନ୍ସିକୁ ନେଇ କୌଣସି ପ୍ରକାରର ଅଫିସିଆଲ୍‌ ସୂଚନା ଦିଆଯାଇ ନଥିଲେ ବି,ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର