ଧ୍ୟାନଚାନ୍ଦ ବରୁନ

ବିଶ୍ବବିଖ୍ୟାତ ଭାରତୀୟ ହକି ତାରକା ଧ୍ୟାନଚାନ୍ଦଙ୍କ ଆତ୍ମଜୀବନୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଏକ ଚଳଚ୍ଚିତ୍ର। ଏଥିରେ ଧ୍ୟାନଚାନ୍ଦ ଭୂମିକାରେ ଅବତୀର୍ଣ୍ଣ ହେବେ ଅଭିନେତା ବରୁନ ଧାୱନ। ଗତ ଦଶନ୍ଧିରେ ଧ୍ୟାନଚାନ୍ଦଙ୍କ ବାୟୋପିକ ପ୍ରସ୍ତୁତ କରିବାକୁ ପ୍ରଯୋଜକ କରନ ଜୋହର ଯଥେଷ୍ଟ ଉଦ୍ୟମ କରିଥିଲେ। ଏଥିରେ ସେ ସୁପର ହିରୋ ଶାହାରୁଖ ଖାନଙ୍କୁ ଧ୍ୟାନଚାନ୍ଦଙ୍କ ଭୂମିକାରେ ନେବା ପାଇଁ ମନସ୍ଥ କରିଥିଲେ। ଏଥିପାଇଁ ସିନେମାର ପ୍ରାୟ ପୂର୍ବ ପ୍ରସ୍ତୁତି ସରିଥିଲା। ହେଲେ ପୋଷ୍ଟ ପ୍ରଡକ୍ସନ କାମ ଅବହେଳିତ ହେବାରୁ ସିନେମାଟି ଅଟକିଯାଇଥିଲା।

ଏବେ କରନ ଜୋହରଙ୍କ ଠାରୁ ଏହି ମୁଭିର କପିରାଇଟ୍ ଆଣି ଆର୍‌ଏସ୍‌ଭିପି ବ୍ୟାନରରେ ପ୍ରଯୋଜକ ରୋନି ସ୍କ୍ରିଉୱାଲା ‘ଧ୍ୟାନଚାନ୍ଦ’ଙ୍କ ବାୟୋପିକ୍ ନିର୍ମାଣ କରିବାକୁ ଯାଉଛନ୍ତି। ରୋନି ଆଶା ରଖିଛନ୍ତି ଏଇ ଚଳଚ୍ଚିତ୍ରଟିକୁ ୨୦୨୨ରେ ମୁକ୍ତିଲାଭ କରାଇବେ। ଏଇ ଚଳଚ୍ଚିତ୍ର ପାଇଁ ଚିତ୍ରନାଟ୍ୟ ପ୍ରସ୍ତୁତ କରୁଛନ୍ତି ସୁପ୍ରତୀକ ସେନ ଏବଂ ନିର୍ଦ୍ଦେଶନା ଦେବେ ଅଭିଷେକ ଦୁବେ। ଧ୍ୟାନଚାନ୍ଦଙ୍କ ଭୂମିକା ପାଇଁ ଯଦିଓ ବରୁନଙ୍କୁ ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରସ୍ତାବ ଦିଆଯାଇଛି, ଅନେକ ଫିଲ୍ମ ସୁଟିଂର ବ୍ୟସ୍ତତା ଯୋଗୁ ବରୁନ ଏପର୍ଯ୍ୟନ୍ତ ହଁ ଭରିନାହାନ୍ତି।

ସମ୍ବନ୍ଧିତ ଖବର