ମହିଳା ପଣ୍ଡିତ କଲେ ଦିୟାଙ୍କର ବାହାଘର

ମୁମ୍ବାଇ: ମହିଳା ସଶକ୍ତୀକରଣକୁ ନେଇ ସରକାରଙ୍କଠାରୁ ଜନସାଧାରଣ ସମସ୍ତେ ପ୍ରଚେଷ୍ଟା କରୁଛନ୍ତି | ତେବେ ଜଣେ ମହିଳା ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରି ବିବାହ କରିବା ଆପଣ କେବେ ଦେଖିଛନ୍ତି କି? ଯଦି ନା, ତେବେ ବଲିଉଡ ଅଭିନେତ୍ରୀ ଦିୟା ମିର୍ଜାଙ୍କ ବାହାଘର ସମୟରେ ଏମିତି ଏକ ଫଟୋ ସାମ୍ନାକୁ ଆସିଛି, ଯାହାକୁ ନେଇ ସମସ୍ତେ ପ୍ରଶଂସା କରିଛନ୍ତି | ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଦିୟାଙ୍କ ପ୍ରଶଂସକ କହିଛନ୍ତି ଯେ ନାରୀ ସଶକ୍ତୀକରଣ ଦେଖିବାକୁ ମିଳିଛି |

ସୂଚନା ମୁତାବକ ସୋମବାର ଦିନ ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଦ୍ୱିତୀୟ ବିବାହ କରିଥିଲେ । ସେ ନିଜ ବୟଫ୍ରେଣ୍ଡ ତଥା ମୁମ୍ବାଇର ବ୍ୟବସାୟୀ ବୈଭବ ରେଖିଙ୍କ ହାତ ଧରିଥିଲେ । ବିବାହ ଉତ୍ସବରେ କେବଳ ଉଭୟଙ୍କର କିଛି ହାତଗଣତି ବନ୍ଧୁ ଉପସ୍ଥିତ ଥିଲେ। ଆଉ ନିଜ ବିବାହର କିଛି ଫଟୋ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ | ଏଥିରେ ଜଣେ ମହିଳା ପଣ୍ଡିତ ବାହାଘର କରାଇଥିଲେ | ଅଗ୍ନିକୁଣ୍ଡରେ ଆହୁତି ଦେବା ସହ ମନ୍ତ୍ର ଉଚ୍ଚାରଣ କରିଥିଲେ |

ଆଉ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା | ପ୍ରକାଶଯୋଗ୍ୟ, ଦିୟା ମିର୍ଜା ଅଗଷ୍ଟ ୨୦୧୯ରେ ସାହିଲ ସାଙ୍ଗାଙ୍କୁ ଛାଡ଼ପତ୍ର ଦେବାର ଖବର ଗଣମାଧ୍ୟମକୁ ଦେଇଥିଲେ। ସେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ସାହିଲଙ୍କ ସହ ଅଲଗା ହେବା କଥା ସେୟାର କରିଥିଲେ। ଦିୟା-ସାହିଲଙ୍କର ବିବାହ ୨୦୧୪ରେ ହୋଇଥିଲା। ୫ ବର୍ଷର ବୈବାହିକ ସଂପର୍କ ପରେ ଦୁହେଁ ପରସ୍ପରର ସହମତିରେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ।

ସମ୍ବନ୍ଧିତ ଖବର