ଦ୍ବିତୀୟ ବିବାହ କଲେ ଦିୟା

ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଦ୍ୱିତୀୟ ବିବାହ କରିଛନ୍ତି। ସେ ଆଜି ବୟଫ୍ରେଣ୍ଡ ତଥା ମୁମ୍ବାଇର ବ୍ୟବସାୟୀ ବୈଭବ ରେଖିଙ୍କ ହାତ ଧରିଛନ୍ତି। ବିବାହ ଉତ୍ସବରେ କେବଳ ଉଭୟଙ୍କର କିଛି ହାତଗଣତି ବନ୍ଧୁ ଉପସ୍ଥିତ ଥିଲେ। ବାହାଘର ପରେ ଦିୟା ଓ ବୈଭବ ଗଣମାଧ୍ୟମ ସମ୍ମୁଖରେ ଆସି ‍ଫଟୋ ପୋଜ୍‌ ଦେଇଥିଲେ। ଏଥିସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମିଠା ମଧ୍ୟ ବାଣ୍ଟିଥିଲେ। ନିଜର ପ୍ରଥମ ସ୍ବାମୀ ସାହିଲ ସାଙ୍ଗାଙ୍କୁ ଛାଡ଼ପତ୍ର ଦେବାପରେ ପୁଣି ଥରେ ଦିୟାଙ୍କ ଜୀବନରେ ଖୁସି ରଙ୍ଗ ଭରିବାରେ ଲାଗିଛି। ବିବାହର ୨ ଦିନ ପୂର୍ବରୁ ହିଁ ଦିୟା ନିଜର ଦ୍ବିତୀୟ ବିବାହ ସମ୍ପର୍କରେ ସୂଚନା ଦେଇଥିଲେ। ତାଙ୍କ ବିବାହ ଖବର ଗତ ଦୁଇ ଦିନ ହେଲା ଚର୍ଚ୍ଚାରେ ରହିଥିଲା। ପ୍ରକାଶଯୋଗ୍ୟ, ଦିୟା ମିର୍ଜା ଅଗଷ୍ଟ ୨୦୧୯ରେ ସାହିଲ ସାଙ୍ଗାଙ୍କୁ ଛାଡ଼ପତ୍ର ଦେବାର ଖବର ଗଣମାଧ୍ୟମକୁ ଦେଇଥିଲେ। ସେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ସାହିଲଙ୍କ ସହ ଅଲଗା ହେବା କଥା ସେୟାର କରିଥିଲେ। ଦିୟା-ସାହିଲଙ୍କର ବିବାହ ୨୦୧୪ରେ ହୋଇଥିଲା। ୫ ବର୍ଷର ବୈବାହିକ ସଂପର୍କ ପରେ ଦୁହେଁ ପରସ୍ପରର ସହମତିରେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର