ଆସନ୍ତା ୧୫ ତାରିଖରେ ବ୍ୟବସାୟୀ ପ୍ରେମିକ ବୈଭବଙ୍କୁ ବିବାହ କରି‌ବେ ଦିୟା ମିର୍ଜା

ମୁମ୍ବାଇ: ନିଜର ବ୍ୟବସାୟୀ ପ୍ରେମିକ ବୈଭବ ରେଖୀଙ୍କୁ ଫେବ୍ରୁଆରି ୧୫ ତାରିଖରେ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଦିୟା ମିର୍ଜା। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ତାଙ୍କ ବିବାହରେ ମାତ୍ର ଅଳ୍ପ କେଇ ଜଣ ସଂପର୍କୀୟ ଓ ଶୁଭେଚ୍ଛୁ ଉପସ୍ଥିତ ରହିବେ। ଏହି ଯୋଡ଼ି ଗତ ବର୍ଷଠାରୁ ପରସ୍ପରଙ୍କୁ ଡେଟିଂ କରୁଛନ୍ତି ବୋଲି ପୂର୍ବରୁ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ‌ହୋଇଥିଲା।

ଆପଣ ଜାଣିଥିବେ ନିଶ୍ଚୟ ଯେ ଦିୟା ଏହା ପୂର୍ବରୁ ବ୍ୟବସାୟୀ ସାହିଲ୍‌ ସଂଘଙ୍କୁ ବିବାହ କରିଥିଲେ। ୨୦୧୯ ମସିହା ଅଗଷ୍ଟ ମାସରେ ବିବାହର ୫ ବର୍ଷ ପରେ ସେମାନେ ଅଲଗା ହେବା କଥା ଘୋଷଣା କରିଥିଲେ।

ତେବେ, ପ୍ରଥମ ସ୍ବାମୀଙ୍କ ସହ ବିବାହ ବିଚ୍ଛେଦର ପ୍ରାୟ ଦେଢ଼ ବର୍ଷ ପରେ ନୂତନ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ଦିୟା। ତାଙ୍କ ବିବାହ ଏକ ସାଧାରଣ ବିବାହ ହେବ। ଦିୟାଙ୍କ ବିବାହରେ ମାତ୍ର ଅଳ୍ପ କିଛି ଅତିଥି ଉପସ୍ଥିତ ରହିବେ। ଦିୟା ଓ ତାଙ୍କ ପ୍ରେମିକ ମାତ୍ର ବର୍ଷେ ହେବ ସଂପର୍କରେ ଆସିବା ପରେ ଖୁବ୍‌ ଶୀଘ୍ର ବିବାହ ନିଷ୍ପତ୍ତି ନେଇଛନ୍ତି।

ଦିୟା ଓ ତାଙ୍କ ପ୍ରଥମ ସ୍ବାମୀ ସାହିଲ୍‌ ସୋସିଆଲ୍‌ ମିଡିଆରେ ଜରିଆରେ ସେମାନଙ୍କର ଅଲଗା ହେବା କଥା ଘୋଷଣା କରିଥିଲେ। ସେମାନେ ୨୦୧୪ ମସିହା ଅକ୍ଟୋବର ମାସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ଦୀର୍ଘ ୧୧ ବର୍ଷ ଧରି ପରସ୍ପର ସହ ରହିବା ପରେ କିଛି କାରଣରୁ ସେମାନେ ଅଲଗା ହୋଇଛନ୍ତି ଓ ସେମାନଙ୍କ ବନ୍ଧୁତା ପୂର୍ବ ପରି ଅତୁଟ ରହିବ। ଆବଶ୍ୟକସ୍ଥଳେ ଉଭୟ ଉଭୟଙ୍କ ପାଇଁ ଛିଡ଼ା ହେବେ ବୋଲି ପୋଷ୍ଟ୍‌ କରି ଦିୟା ସାହିଲ୍‌ଙ୍କ ସହ ତାଙ୍କ ସଂପର୍କରେ ପୂର୍ଣ୍ଣଛେଦ ପକାଇଥିଲେ।

ସମ୍ବନ୍ଧିତ ଖବର