ସୈନ୍ୟ ଅଧିକାରୀ ହେବେ ଏହି ବଲିଉଡ ନାୟିକା !

ମୁମ୍ବାଇ: ଫିଲ୍ମ ‘କକଟେଲ’ ଜରିଆରେ ବଲିଉଡରେ ପାଦ ଥାପିଥିବା ଡାଏନା ପେଣ୍ଟି ଏବେ ଦୁଇଟି ସିନେମାରେ ନୂଆ ରୂପରେ ଆସୁଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଲା ‘ହାପି ଭାଗଜାଏଗି’ର ସିକ୍ୱେଲ୍‌। ଏହି ସିନେମାରେ ତାଙ୍କୁ ନିଜର ବାହାଘରରୁ ରକ୍ଷା ପାଇବାଲାଗି ପଳାୟନ କରୁଥିବା ଯୁବତୀ ଭୂମିକାରେ ନଜର ଆସିବେ ଡାଏନା ପେଣ୍ଟ । ମୁଦ୍ଦସର ଅଜିଜଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭୟ ଦେଓଲ, ଜିମ୍ମି ଶେରଗିଲ୍‌ ଏବଂ ସୋନାକ୍ଷୀ ସିହ୍ନା ଲିଡ ରୋଲରେ ଅଛନ୍ତି।

PHOTO-Hindustantimes

୧୯୯୮ ମସିହାରେ ଭାରତରେ କରାଯାଇଥିବା ପୋଖରନ୍‌ ପରୀକ୍ଷଣ ପ୍ରସଙ୍ଗ ଉପରେ ଆଧାରିତ କାହାଣୀ ଉପରେ ଆଧାରିତ ସିନେମା ‘ପରମାଣୁ’ରେ ବି ଡାଏନା ପେଣ୍ଟିଙ୍କୁ ଦେଖିବାକୁ ମିଳିବ । ଏଥିରେ ନାୟକ ଜନ୍‌ ଆବ୍ରାହମ୍‌ଙ୍କୁ ଜଣେ ସେନା ଅଧିକାରୀ ଭୂମିକାରେ ଦେଖିବାକୁ ପାଇବେ ସିନେ ପ୍ରେମୀ । ଏଥିରେ ଜନ୍‌ଙ୍କ ବିପକ୍ଷରେ ଅଛନ୍ତି ଡାଏନା ପେଣ୍ଟି, ଯିଏ ବି ଜଣେ ସୈନ୍ୟ ଅଧିକାରୀ ଚରିତ୍ର ନିଭାଇଛନ୍ତି । ଅଭିଷେକ ଶର୍ମା ‘ପରମାଣୁ’ର ନିର୍ଦ୍ଦେଶନା ଦେଇଛନ୍ତି ।

ସମ୍ବନ୍ଧିତ ଖବର