ଭୁବନେଶ୍ବର: ଖୁବ୍ ଶୀଘ୍ର ଓଲିଉଡର ଚୁଲୁବୁଲି ନାୟିକା ଦିବ୍ୟାଦିଶାଙ୍କର କେତୋଟି ଓଡ଼ିଆ ଛବି ବଡ଼ ପରଦାକୁ ଆସିବ। ଏଥିରେ ତାଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଆସନ୍ତୁ ନଜର ପକାଇବା ଦିବ୍ୟାଙ୍କର ଆଗାମୀ ସିନେମାଗୁଡ଼ିକ ଉପରେ….
ଦିବ୍ୟାଙ୍କର ଏକ ସିନେମା ‘ଧୋରେ ବାୟା ଧୋ’ର କାହାଣୀ ସଂପୂର୍ଣ୍ଣ ଭିନ୍ନ, ଯେଉଁଥିରେ ସେ ଜଣାଶୁଣା ହାସ୍ୟାଭିନେତା ହରିଙ୍କ ବିପକ୍ଷରେ ଅଭିନୟ କରିଛନ୍ତି।। ଏଥିରେ ତାଙ୍କୁ ଅଲଗା ଚରିତ୍ରରେ ଦେଖିବାକୁ ପାଇବେ ସିନେପ୍ରେମୀ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଚଣ୍ଡୀ ପରିଜା।
ଏଣେ ତାଙ୍କର ଆଉ ଏକ ନୂଆ ସିନେମା ରିଲିଜ୍ ଅପେକ୍ଷାରେ ଥିବା ଜଣାଯାଇଛି। ଏହି ସିନେମାର ଟାଇଟଲ୍ ହେଲା ‘ପ୍ରେମରେ ରିସ୍କ ହେଲା ମତେ ଇସ୍କ’। ଏଥିରେ ଦିବ୍ୟା ପ୍ରଥମ ଥର ଲାଗି ଡ୍ୟାନ୍ସିଂ ଷ୍ଟାର୍ ଶୈଳେନ୍ଦ୍ରଙ୍କ ବିପକ୍ଷରେ ନଜର ଆସିବେ। ‘ପ୍ରେମରେ ରିସ୍କ ହେଲା ମତେ ଇସ୍କ’ରେ ଶୈଳେନ୍ଦ୍ର ଓ ଦିବ୍ୟାଙ୍କ ବ୍ୟତୀତ ରତନ ମେହେର, ଶୁଭ୍ରାଂଶୁ, ଟିଲୁ ଭାଇ ଓ କାଳିଆ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହାର ନର୍ଦ୍ଦେଶକ ହେଲେ କେ ମୁରଲୀକ୍ରୀଷ୍ଣା। ସଞ୍ଜୟ-ସିତୁ ଏହାର ସଙ୍ଗୀତ ନର୍ଦ୍ଦେଶକ।

Advertisment

ଏହାଛଡ଼ା ସେ ‘ଓମ୍ ସ୍ୱାହା’ରେ ଦେଖା ଦେବେ। ଏହାର ସେନସ୍ର୍ କାମ ସରିଛି। କେବଳ ରିଲିଜକୁ ଅନପକ୍ଷା। ଏହି ସିନେମାରେ ଦିବ୍ୟାଙ୍କ ସହ ଜ୍ୟୋତି, ସସ୍ମିତା, ରାଇମୋହନ ପରିଡ଼ା, ଅସିତ ପତି, ପ୍ରଭାତୀ ସାହୁ, ପ୍ରତିଭା ପଣ୍ଡା, ବାବୁ ପ୍ରଧାନ, ସରୋଜ ଦାସ, କେ.କେ, ଚିନ୍ତାମଣି ଓ ଜୀବନ ପଣ୍ଡା ପ୍ରମୁଖ ନଜର ଆସିବେ।। ଭାଇ ଭଉଣୀଙ୍କ ନିବିଡ଼ ପ୍ରେମ ଓ ତ୍ୟାଗ ଉପରେ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି। ଏହାର ନିର୍ଦେଶନା ଭାର ଗ୍ରହଣ କରିଛନ୍ତି ଦିଲ୍ଲୀପ ପଣ୍ଡା। ‘ଓମ୍ ସ୍ୱାହା’ର ସଂଳାପ ଲେଖକ ହେଲେ ହର ବାରିକ। ମଳୟ ମିଶ୍ର ଏହାର ସଂଗୀତ ନିର୍ଦେଶକ।

publive-image

ଏଣେ ମୁକ୍ତିପ୍ରତୀକ୍ଷିତ ‘ଜୟବୀର୍’ରେ ଦିବ୍ୟା ନଜର ଆସିବେ। ଏହାର ନର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ବିବେକ କୁମାର। ଡକ୍ଟର ରଜନୀରଞ୍ଜନ ଏହାର ସଂଳାପ ଲେଖିଥିବା ବେଳେ ଜାପାନୀ ଭାଇ ଏହାର ସଙ୍ଗୀତ ନର୍ଦ୍ଦେଶକ। ଏହାଛଡ଼ା ତାଙ୍କ ଅଭିନୀତ ‘ପ୍ରେମ ଏଟିଏମ୍’ରେ ବି ମୁକ୍ତିଲାଭ କରିପାରେ। ପ୍ରଦୀପ ଏଥିରେ ନାୟକ ଭୂମିକାରେ ଥିବା ବେଳେ ସୁଧାଂଶୁ ମୋହନ ସାହୁ ଏହାର ନିର୍ଦେଶନା ଦାୟିତ୍ବରେ ଅଛନ୍ତି। ତାଛଡ଼ା ନାୟକ ଦୀପକଙ୍କ ସହ ଏକ ଫିଲ୍ମରେ ଆସୁଛନ୍ତି। ସିଦ୍ଧାର୍ଥ ଟିଭି ପକ୍ଷରୁ ପ୍ରସ୍ତୁତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ନିର୍ଦ୍ଦେଶକ ଚଣ୍ଡୀ ପରିଜା।

ସୂଚନାଯୋଗ୍ୟ,ଦିବ୍ୟାଙ୍କୁ ଦର୍ଶକ ଇତିମଧ୍ୟରେ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’, ‘ତୁ କହିଦେ ଆଇ ଲଭ ୟୁ’, ବାଳ –ଦ ରିଦିମ୍ ଅଫ୍ ଲାଇଫ୍ ’ ଏବଂ ‘ମିଷ୍ଟର ମଜନୁ’ ଆଦି ଓଡ଼ିଆ ଛବି ଜରିଆରେ ବଡ଼ ପରଦାରେ ଦେଖିବାକୁ ପାଇଛନ୍ତି।