‘ମଣିକର୍ଣ୍ଣିକା’ ପରେ ଏବେ ‘ମେଣ୍ଟାଲ ହେ କ୍ୟା’କୁ ନେଇ କଙ୍ଗନାଙ୍କ ଅଜବ ଡିମାଣ୍ଡ, ରାଗି ପାରନ୍ତି ରାଜକୁମାର ରାଓ ଏବଂ ଏକତା କପୁର

ମୁମ୍ବାଇ: କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ରିଲିଜ୍‌ ହୋଇଥିଲା । ଯାହାକୁ ନେଇ ଇଣ୍ଡଷ୍ଟ୍ରିର କିଛି ଲୋକ କଙ୍ଗନାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । କିନ୍ତୁ କଙ୍ଗନା କାହାକୁ ନ ଡ଼ରି କଡ଼ା ଜବାବ ଦେଇଥିଲେ । ‘ମଣିକର୍ଣ୍ଣିକାର’ ସୁଟିଂ ସମୟରେ କଙ୍ଗନାଙ୍କ ହସ୍ତକ୍ଷପ ପାଇଁ ଫିଲ୍ମର ନିର୍ଦ୍ଦେଶକ କ୍ରିଶ ନିର୍ଦ୍ଦେଶନା ଦେବାକୁ ମନା କରି ଦେଇଥିବା ବେଳେ କଙ୍ଗନା ନିଜେ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଏବେ କଙ୍ଗନା ନିଜର ଆଗାମୀ ଫିଲ୍ମ ‘ମେଣ୍ଟାଲ ହେ କ୍ୟା’କୁ ନେଇ ମଧ୍ୟ ହସ୍ତକ୍ଷେପ କରିବା ଆରମ୍ଭ କରିଥିବା ଜଣା ପଡ଼ିଛି । ତାଙ୍କର ଅଜବ ଡିମାଣ୍ଡ ଏବେ ସମସ୍ତଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

Jansatta

ସୂଚନା ମୁତାବକ, କଙ୍ଗନା ନିଜର ଏକ ସ୍ୱତନ୍ତ୍ର ପୋଷ୍ଟର ଚାହୁଁ ଥିବା ବେଳେ ସ୍ୱତନ୍ତ୍ର ପୋଷ୍ଟର ରିଲିଜ୍‌ କରିବା ପାଇଁ ରାଜି ହେଲେ ସେ ପୋଷ୍ଟର ସୁଟିଂ କାମ ଆରମ୍ଭ କରିବେ ବୋଲି କହିଛନ୍ତି । ଏକତା କପୁର ଏହି ଫିଲ୍ମର ପ୍ରଯୋଜିକା ଥିବା ବେଳେ ତାଙ୍କୁ ଏବଂ ଅଭିନେତା ରାଜକୁମାର ରାଓଙ୍କୁ କଙ୍ଗନାଙ୍କ ଏଭଳି ଡିମାଣ୍ଡ ଖରାପ ଲାଗିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ନିର୍ଦ୍ଦେଶକ ଏବଂ ପ୍ରଯୋଜକ କଙ୍ଗନାଙ୍କ ଏଭଳି ଦାବିକୁ ପୂରଣ କରୁଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର