ମୁମ୍ବାଇ: ବଲିଉଡ୍‌ର ‘ପୁ’ ବା କରୀନା କପୁର ଗୋଟାଏ ସିନେମା ପାଇଁ କେତେ ଟଙ୍କା ନିଅନ୍ତି ଜାଣିଛନ୍ତି କି? କରୀନା ତାଙ୍କର ଗୋଟାଏ ଫିଲ୍ମ ପାଇଁ ୧୦ରୁ ୧୫ କୋଟି ଟଙ୍କା ନିଅନ୍ତି। କରୀନା ଏକ ବ‌ାର୍ତ୍ତାଳାପ ଜରିଆରେ ନିଜେ ଏହି କଥାକୁ ପରୋକ୍ଷାରେ ସତ ବୋଲି କହିଛନ୍ତି।

Advertisment

ଯେତେବେଳେ ଏକ ସାକ୍ଷାତ୍‌କାରରେ କରୀନାଙ୍କୁ ପଚରାଗଲା କି ସେ ଗୋଟାଏ ସିନେମା ପାଇଁ ୧୦-୧୫ କୋଟି ଟଙ୍କା ଫିସ୍‌ ନେଉଛନ୍ତି ବୋଲି। ସେତେବେଳେ ସେ ଏହି କଥାକୁ ପୂରା ମନା ନକରି ହସି ହସି କହିଥିଲେ କି ‘‘ସବୁବେଳେ ଏପରି ‌ହୋଇନଥାଏ। ବେଳେ ବେଳେ ମୁଁ କମ୍‌ ଟଙ୍କା ନେଇଥାଏ।’’ କରୀନାଙ୍କ ଏହି ଉତ୍ତରରୁ ସ୍ପଷ୍ଟ ଜଣାପଡ଼ିଗଲା ଯେ ସେ ବାସ୍ତବରେ ସିନେମା ପିଛା ମୋଟା ଅଙ୍କର ଟଙ୍କା ନିଅନ୍ତି।

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍, ଅଭିନେତା ସୈଫ ଅଲି ଖାନଙ୍କୁ ୨୦୧୨ରେ ବିବାହ କରିଥିଲେ। ବିବାହ ପରେ ୨ଟି ସନ୍ତାନର ମା’ ହେବା ସହ କରୀନା କପୁର ଏବେ ସୈଫଙ୍କ ସହ ନିଜ ସୁଖୀ ଦାମ୍ପତ୍ୟ ଜୀବନକୁ ଉପଭୋଗ କରୁଛନ୍ତି। ଅନେକ ସମୟରେ କରୀନା ନିଜ ସ୍ୱାମୀ ଏବଂ ପିଲାମାନଙ୍କ ସହିତ ଇନଷ୍ଟାଗ୍ରାମରେ ତାଙ୍କ ଛୁଟିଦିନର ଫଟୋଗୁଡ଼ିକ ସେୟାର କରିଥାନ୍ତି, ଯାହାକୁ ଦେଖିଲେ ଲାଗେ ଦୁହେଁ ପରସ୍ପରକୁ ବହୁତ ସମୟ ଦେଉଛନ୍ତି। ହେଲେ ପ୍ରକୃତରେ ସତ କିଛି ଅଲଗା।

ଗୋଟାଏ ଘରେ ରହି ମଧ୍ୟ ସୈଫ୍-କରୀନା ପରସ୍ପରକୁ ଭେଟି ପାରନ୍ତିି ନାହିଁ ବୋଲି କହିଛନ୍ତି ଅଭିନେତ୍ରୀ। କରୀନା କପୁର ଏବଂ ସୈଫ ଅଲି ଖାନ ଚଳିତ ବର୍ଷ ସେମାନଙ୍କର ଦ୍ବାଦଶ ବିବାହ ବାର୍ଷିକୀ ପାଳନ କରିବାକୁ ଯାଉଛନ୍ତି। ଏ ମଧ୍ୟରେ କରିନା ‘ଦି ଉଇକ’କୁ ଦେଇଥିବା ଏକ ସାକ୍ଷାତକାରରେ ଜଣେ ଅଭିନେତାଙ୍କୁ ବିବାହ କରିବାରେ ଅସୁବିଧା କ’ଣ ତାହା ଖୋଲାଖୋଲି ଭାବରେ କହିଛନ୍ତି। ସେ କହିଛନ୍ତି ଯେ, “ସୈଫ୍ ସୁଟିଂ ସାରି ଭୋର ୪ଟା ୩୦ରେ ଆସି ଶୋଇପଡ଼ିଥିବା ବେଳେ ମୋତେ ସୁଟିଂକୁ ବାହାରିବାକୁ ପଡ଼େ। ସେ ଉଠିବା ପରେ ସଙ୍ଗେ ସଙ୍ଗେ ସେ ସୁଟିଂ ସେଟକୁ ଚାଲିଯାଆନ୍ତି ଏବଂ ମୁଁ ଘରକୁ ଫେରେ। ଅନେକ ସମୟରେ ଗୋଟିଏ ଘରେ ରହିବା ସତ୍ତ୍ବେ ବି ଆମେ ପରସ୍ପରକୁ ଭେଟିପାରୁ ନାହୁଁ। ଏଭଳି ସ୍ଥିତିରେ ପରସ୍ପର ପାଇଁ ସମୟ କାଢ଼ିବା ଆମ ପାଇଁ କଷ୍ଟସାଧ୍ୟ ହୋଇପଡେ। ଘରେ ଦୁଇଜଣ କଳାକାର ଥିଲେ ଏହା ହିଁ ଘଟେ। ତେଣୁ ଆମେ ମାସ ଆରମ୍ଭରୁ ପୂରା ଯୋଜନା କରୁ। କେଉଁଦିନ ସୁଟିଂ ଅଛି ଏବଂ କେଉଁଦିନ ନାହିଁ, ସେହି ହିସାବରେ ଆମେ ବୁଲାବୁଲି ପାଇଁ ଯୋଜନା କରୁ।”