ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରୟଙ୍କା ଚୋପ୍ରା ଓ ଆମେରିକାନ୍ କଣ୍ଠଶିଳ୍ପୀ ନିକ୍ ଜୋନାସ୍ଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥବା ନେଇ ଅନେକ ଦିନ ହେବ ଚର୍ଚ୍ଚା ଉଠିଛି। ଏ ସଂପର୍କରେ ନାନା ଲୋକ ନାନା ଆଲୋଚନା କରୁଛନ୍ତି। ସତରେ କ’ଣ ୩୫ ବର୍ଷୀୟା ପ୍ରିୟଙ୍କା ପଡ଼ି ଯାଇଛନ୍ତି ୨୫ ଚର୍ଷିଅ ନିକ୍ଙ୍କ ପ୍ରେମରେ?
ଏ ସଂପର୍କରେ ପିସିଙ୍କୁ ନେଇ ସନ୍ଦେହ ଦୂର କରିବାକୁ ପ୍ରଶଂସକମାନେ ରୀତିମତ ତାଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟରେ ନଜର ରଖିଛନ୍ତି। ପିସିଙ୍କ ଇନ୍ଷ୍ଟା ଆକାଉଣ୍ଟ୍ରେ ଏକ ଫଟୋ ପୋଷ୍ଟ ହୋଇଥିଲା। ସେଥିରେ ସେ ତାଙ୍କର କେତେ ଜଣ ମହିଳା ବନ୍ଧୁଙ୍କ ସହ ଏକ ରେଷ୍ଟୁରାଣ୍ଟ୍ରେ ପିଜା ଖାଉଥିବାର ନଜର ଆସିଥିଲେ। ସେଠାରେ ସେ ବେଶ୍ ଖୁସି ଥିବାର ଜଣାପଡୁଥିଲେ। ପିସି ସାଙ୍ଗମାନଙ୍କ ଗହଣରେ ବସି ଏକ ଖୋଲା ହସ ହସୁଥିବାର ଦୃଶ୍ୟ ଫଟୋରେ ଦେଖିବାକୁ ମିଳିଥିଲା। ସେହି ଫଟୋରେ ନିକ୍ ‘ସେହି ହସ’ ଲେଖିବା ସହ ଏକ ଲଭ୍ ସିମ୍ବଲ୍ ବି ଦେଇଥିଲେ। ସେଥିରେ କିଛି ଦର୍ଶକ ଅନୁମାନ ଲଗାଇଛନ୍ତି ଯେ ଏହା ହୁଲତ କେବଳ ବନ୍ଧୁତ୍ୱର କଥା ନୁହେଁ।
ସେହିପରି ଦେଶିଗର୍ଲ ବି ଅଧିକାଂଶ ସମୟରେ ନିକ୍ଙ୍କ ପୋଷ୍ଟ୍ରେ ତତ୍କ୍ଷଣାତ କମେଣ୍ଟ୍ ଦେଇଥାନ୍ତି। ଥରେ ନିକ୍ଙ୍କ ଭାଇ କେଭିନଙ୍କୁ ଏ ସଂପର୍କରେ ପଚରା ଯିବାରୁ ସେ କହିଥିଲେ, ‘ପ୍ରିୟଙ୍କା ଖୁବ୍ ଭଲ ଝିଅ। ନିକ୍ର ତାଙ୍କ ସହ କ’ଣ ସଂପର୍କ ଓ ସେ ତାଙ୍କ ସହ କିପରି ସଂପର୍କରେ ରହିବାକୁ ଚାହେଁ ସେ ନିଷ୍ପତି ତା’ର ବ୍ୟକ୍ତିଗତ।’
ପ୍ରିୟଙ୍କାଙ୍କୁ ଅନେକ ସାକ୍ଷାତକାରରେ ନିକ୍ଙ୍କ ସହ ସଂପର୍କ ଥିବା ନେଇ ପଚରା ଯାଇଥିବା ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି ଦେଶିଗର୍ଲ। ନିକ୍ଙ୍କ ସହ ତାଙ୍କର କିଛି ସଂପର୍କ ନାହିଁ ବୋଲି ସେ ବାର ବାର ସ୍ପଷ୍ଟ କରିଛନ୍ତି।