ମୁମ୍ବାଇ : ବଲିଉଡ୍ରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟ କଳହ ହେବା କିଛି ନୂଆ କଥା ନୁହେଁ । ବିଗତ ଅତୀତରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସି ସାରିଛି । ଏବେ ଏକ ତାଜା ଖବର ସାମ୍ନାକୁ ଆସିଛି କି, ଅଭିନେତା ବରୁଣ ଧଓ୍ଵନ ଏବଂ ରଣବୀର କପୁର ପରସ୍ପର ସହିତ ସବୁ ସଂପର୍କ ଛିନ୍ନ କରିଛନ୍ତି । ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଘରକୁ ଏକ ପାର୍ଟିରେ ଯୋଗ ଦେବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିଲା ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଦୁହେଁ ପରସ୍ପର ସହ ଥଟ୍ଟା କରୁଥିବା ବେଳେ କଥା ଝଗଡ଼ାରେ ପରିଣତ ହୋଇଥିଲା । ପରସ୍ପର ଉପରକୁ ହାତ ଉଠାଇବା ପର୍ଯ୍ୟନ୍ତ କଥା ଯାଇଥିଲା ।
/sambad/media/post_attachments/wp-content/uploads/2018/12/download-4-7-300x168.jpg)
ଏହା ପରେ ପାର୍ଟିକୁ ରଣବୀରଙ୍କୁ ଡ଼ାକିଲେ ମୋତେ ଡ଼ାକିବ ନାହିଁ ବୋଲି ବରୁଣ କରଣଙ୍କୁ କହିଥିଲେ । ଏବେ ଏହି ଘଟଣା ଉପରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବରୁଣଙ୍କ ଜଣେ ବନ୍ଧୁ ଖବରକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି । ଦୁହେଁ ଅମ୍ବାନୀଙ୍କ ବିବାହ ଉତ୍ସବରେ ଦେଖା ହୋଇଥିଲେ । ଏହା ପରଠାରୁ ଦୁହେଁ କୌଣସି ପାର୍ଟିରେ ଯୋଗ ଦେଇ ନ ଥିବା ସହ କୌଣସି ଝଗଡ଼ା ହୋଇ ନଥିବା କହିଛନ୍ତି ବରୁଣଙ୍କ ବନ୍ଧୁ । ଏହା ସହ ଏହି ଖବର ଉପରେ ଉଭୟ ରଣବୀର ଏବଂ ବରୁଣ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ତେବେ ଚର୍ଚ୍ଚା ହେଉଥିବା ଏହି ଖବରରେ କେତେ ସତ୍ୟତା ରହିଛି,ତାହା ଆଗକୁ ଜଣା ପଡ଼ିବ ।