ଏତେ ମିଛ! ଭଂସାଲୀ ନା ଐଶ୍ୱର୍ଯ୍ୟା? କାହା କଥାକୁ କରିବା ବିଶ୍ୱାସ?

ମୁମ୍ବାଇ: ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟରୁ ବଚ୍ଚନ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହେବା ଭିତରେ ଲଗାତର ଦର୍ଶକଙ୍କ ମନରଞ୍ଜନ କରି ଆସିଛନ୍ତି ନୀଳନୟନା। ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ଐସ୍‌ ବହୁ ଲୋକପ୍ରି୍ରୟ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ସେଥିମଧ୍ୟରୁ ସଞ୍ଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ‘ହମ୍‌ ଦିଲ୍‌ ଦେ ଚୁମେ ସନମ’ ଅନ୍ୟତମ। ସେହି ଚଳଚ୍ଚିତ୍ର ପରେ ନିର୍ଦ୍ଦେଶକ ଭଂସାଲୀ ଓ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିବା ମଧ୍ୟ ଦେଖିବାକୁ ମିଳିଥିଲା। ମାତ୍ର ନିକଟରେ ଗୋଟାଏ କଥା ବାବଦରେ ଦୁଇ ଜଣଙ୍କର ଭିନ୍ନ ମତ ଦର୍ଶକଙ୍କ ମନନେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ବାସ୍ତବରେ କିଏ ସତ କହୁଛନ୍ତି ଆଉ କିଏ ମିଛ କହୁଛନ୍ତି ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆପଣ ଜାଣିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭଂସାଲୀ ‘ବାଜିରାଓ ମସ୍ତାନୀ’ ଓ ଚଳିତବର୍ଷ ‘ପଦ୍ମାବତ୍‌’ ଜରିଆରେ ଦର୍ଶକଙ୍କ ମନରେ ରାଜ୍‌ କରିବାବେ ଲାଗିଛନ୍ତି। ଦୁଇଟି ଯାକ ଚଳଚ୍ଚିତ୍ରର ନାୟିକା ଦୀପିକା ପାଦୁକୋନ, ଯଦିଓ ‘ବାଜିରାଓ ମସ୍ତାନୀ’ରେ ପାର୍ଶ୍ୱ ନାୟିକା ଭାବେ ଅବତୀର୍ଣ୍ଣ ହୋଇଥିଲେ ପ୍ରିୟଙ୍କା ଚୋପ୍ରା।

ମଜାଦାର୍‌ କଥା ହେଉଛି, ଚଳଚ୍ଚିତ୍ର ‘ଫନ୍ନେ ଖାନ୍‌’ର ପ୍ରମୋସନ୍‌ ସମୟରେ ଐଶ୍ୱର୍ଯ୍ୟା ଖୋଲାଖୋଲି ଭାବେ ଏକ କଥା ପ୍ରକାଶ କରିଥିଲେ। ସେ କହିଥିଲେ କି ‘‘ବାଜିରାଓ ମସ୍ତାନୀ’ ଓ ‘ପଦ୍ମାବତ୍‌’ ଚଳଚ୍ଚିତ୍ର ପାଇଁ ନିର୍ଦ୍ଦେଶକ ଭଂସାଲୀ ପ୍ରଥମେ ମୋତେ ଚୟନ କରିଥିଲେ। ମାତ୍ର ସେ ମୋ ପାଇଁ ବାଜିରାଓ ଓ ଖିଲିଜ୍‌ ଖୋଜି ପାଇଲେ ନାହିଁ।’ ଐସ୍‌ଙ୍କ କହିବାର ଉଦେଶ୍ୟ ଥିଲା ତାଙ୍କ ପାଇଁ ନାୟକ ନମିଳିବାରୁ ଭଂସାଲୀ ଅନ୍ୟ ନାୟିକାଙ୍କୁ ଚଳଚ୍ଚିତ୍ର ସାଇନ୍‌ କରାଇଥିଲେ।

ମାତ୍ର ନିକଟରେ ଏହି କଥାର ସତ୍ୟାସତ୍ୟ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି। କାହିଁକି ନା, ଭସାଂଲୀ ଏପରି ଏକ କଥାକୁ ଅସ୍ୱୀକାର କରିଛନ୍ତି। ସୂତ୍ରରୁ ଜାଣିବାକୁ ମିଳିିଛି ଯେ, ‘ବାଜିରାଓ ମସ୍ତାନୀ’ ପାଇଁ ପ୍ରଥମ ପସନ୍ଦ ଥିଲେ କରୀନା କପୁର ଖାନ୍‌। ମାତ୍ର ପରେ ଦୀପିକା ଏହି ଭୂମିକା ନିଭାଇଥିଲେ। ମାତ୍ର ‘ପଦ୍ମାବତ୍‌’ ପାଇଁ ମୂଳରୁ ହିଁ ଦୀପିକାଙ୍କୁ ଚୟନ କରାଯାଇଥିଲା। ଏହି ଦୁଇଟି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟାଙ୍କ କଳ୍ପନା ବି କରାଯାଇ ନଥିଲା। ତେବେ, କିଏ ମିଛ କହୁଛି ଓ କିଏ ସତ କହୁଛି ତାହା ଅସ୍ପଷ୍ଟ!

ସମ୍ବନ୍ଧିତ ଖବର